Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରରେ ଭୟଙ୍କର ବିସ୍ଫୋରଣ ; ୧୫ ଜଣଙ୍କର ମୃତ୍ୟୁ, ଅନେକ ଆହତ

ପାକିସ୍ତାନର ଫୈସଲାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ଏଯାବତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କମିଶନର ରାଜା ଜାହାଙ୍ଗୀର ଅନୱର ନିଶ୍ଚିତ କରିଛନ୍ତି ଯେ ବିସ୍ଫୋରଣ ପରେ ଭଗ୍ନାବଶେଷ ମଧ୍ୟରୁ ଆହୁରି ମୃତଦେହ ଉଦ୍ଧାର କରାଯାଉଛି । ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଏବଂ ଦୁଇ ଜଣ ମହିଳା ରହିଛନ୍ତି । ଆହତ ୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Pakistan

ସୂଚନା ଅନୁସାରେ ମଲିକପୁର ଅଞ୍ଚଳର ଏକ ଗ୍ଲୁ ଫ୍ୟାକ୍ଟ୍ରିରେ ସକାଳ ପ୍ରାୟ ୫ଟାରେ ବିସ୍ଫୋରଣ ଘଟିଥିଲା । ଏହି ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର କୋଠାକୁ ଧ୍ୱଂସ କରିଦେଇଛି । ନିକଟରେ ଥିବା ଅନେକ ନିର୍ମାଣଧୀନ କୋଠାକୁ ମଧ୍ୟ ଅନେକ ଭାବରେ କ୍ଷତିଗ୍ରସ୍ତ କରିଛି । କାରଖାନା ଭିତରେ ନିଆଁ ଲାଗିଯିବାରୁ ଅଞ୍ଚଳରେ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ଏକ ଗ୍ୟାସ ପାଇପଲାଇନ ଫାଟିବା ଯୋଗୁ ହୋଇଥିଲା । କମ୍ପେ୍ଲକ୍ସରେ ଚାରୋଟି କାରଖାନା ୟୁନିଟ୍‌ ଏକକାଳୀନ କାର୍ଯ୍ୟ କରୁଥିଲା ଏବଂ ଅଧିକାଂଶ ମୃତାହତ କାରଖାନାର ପଛ କାନ୍ଥ ସଂଲଗ୍ନ ଘରେ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+