ଇଟାଲି ମିଲାନରେ ଶକ୍ତିଶାଳୀ ବିସ୍ଫୋରଣ
ମିଲାନ: ଗୁରୁବାର ଦିନ ଇଟାଲୀର ମିଲାନରେ ଏକ ବଡ଼ ଧରଣର ବିସ୍ଫୋରଣ ସମସ୍ତଙ୍କୁ ଚକିତ କରି ଦେଇଛି। ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ହଠାତ୍ ବିସ୍ଫୋରଣ ପରେ ପାଖରେ ଥିବା ଅନେକ ଗାଡିରେ ନିଆଁ ଲାଗିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏକ ଅକ୍ସିଜେନ୍ ଟାଙ୍କି ନେଉଥିବା ଭ୍ୟାନରେ ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଦେଇଥିବା ସୂଚନା ଅନୁସାରେ, ଭ୍ୟାନରେ ଅକ୍ସିଜେନ୍ ସିଲିଣ୍ତର ରଖାଯାଇଥିଲା । ସେଥିରେ ନିଆଁ ଲାଗିବା ପରେ ପ୍ରଚଣ୍ତ ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications