ଇରାନରେ ଭୟଙ୍କର ବ୍ଲାଷ୍ଟ୍‌, ୪୦୦ରୁ ଅଧିକ ଲୋକେ ଆହତ

ଇରାନରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ ହୋଇଛନ୍ତି। ଏକ ଅଏଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହରଦାଦ ହାସନଜାଦେହ ଇରାନର ସରକାରୀ ଟେଲିଭିଜନକୁ କହିଥିଲେ ଯେ ବିସ୍ଫୋରଣରେ କିଛି ଲୋକ ଆହତ ହୋଇଛନ୍ତି।

ମେହରଦାଦ ହାସନଜାଦେହ କହିଛନ୍ତି ଯେ, ସହରର ରାଜାଇ ବନ୍ଦରରେ କଣ୍ଟେନରରେ ବିସ୍ଫୋରଣ ଘଟିଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଚାରିଆଡ କଳା ଧୁଆଁମୟ ହୋଇଯାଇଥିଲା। ରାଜାଇ ବନ୍ଦର ମୁଖ୍ୟତଃ କଣ୍ଟେନର ଟ୍ରାଫିକ ପରିଚାଳନା କରେ ଏବଂ ଏଥିରେ ତେଲ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ପେଟ୍ରୋକେମିକାଲ୍ ସୁବିଧା ମଧ୍ୟ ରହିଛି। ୨୦୨୦ ମସିହାରେ ରାଜାଇ ବନ୍ଦର ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଥିଲା।

iran blast

ଶନିବାର ରାଜଧାନୀ ତେହେରାନରୁ ୧,୦୦୦ କିଲୋମିଟର (୬୨୦ ମାଇଲ) ଦକ୍ଷିଣରେ ଥିବା ଇରାନ ବନ୍ଦର ସହର ବନ୍ଦର ଆବାସର ଶାହିଦ ରାଜାଇ ବନ୍ଦରରେ ଏକ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଏହି ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହର୍ମଜଗାନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କାରଣ ବିଷୟରେ ତୁରନ୍ତ କୌଣସି ସୂଚନା ମିଳିନାହିଁ। ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ, କିନ୍ତୁ ଲୋକମାନେ ରାସ୍ତାରେ ଆହତ ହୋଇ ପଡ଼ିଥିବା ଦେଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+