ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ,ଚାଲିଗଲା ୧୨ଜଣଙ୍କ ଜୀବନ
ଚୀନ୍ର ହୁବେଇ ପ୍ରଦେଶରେ ଏକ ବାଣ ଦୋକାନରେ ବିସ୍ଫୋରଣ ଘଟି ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଦେଶରେ ନୂତନ ଚନ୍ଦ୍ରବର୍ଷ ପାଳନ ସମୟରେ ଏହା ହେଉଛି ଦ୍ୱିତୀୟ ବିସ୍ଫୋରଣ ଘଟଣା । ବିସ୍ଫୋରଣ ଯୋଗୁଁ ଜିୟାଙ୍ଗ୍ୟାନ୍ ସହରରେ ଅଗ୍ନିକାଣ୍ଡ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ ରବିବାର ପୂର୍ବ ଜିୟାଙ୍ଗ୍ସୁ ପ୍ରଦେଶରେ ଏକ ବାଣ ଦୋକାନରେ ମଧ୍ୟ ଅଗ୍ନିକାଣ୍ଡ ଘଟି ୮ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଥିଲେ ।













Click it and Unblock the Notifications