Get Updates
Get notified of breaking news, exclusive insights, and must-see stories!

ଥାଇଲାଣ୍ଡ ଡେ' କେୟାର ସେଣ୍ଟରରେ ଗୁଳିମାଡ, 22 ଶିଶୁ ସମେତ 34 ମୃତ

ଉତ୍ତରପୂର୍ବ ଥାଇଲାଣ୍ଡ୍‌ରେ ଅମାନବୀୟ କାଣ୍ଡ । ଏକ ପ୍ରିସ୍କୁଲ୍‌ କେୟାର ସେଣ୍ଟର ଉପରେ ଆଖିବୁଜା ଗୁଳିଚାଳନା । 34 ମୃତ।

ବ୍ୟାଙ୍କକ୍: ଉତ୍ତରପୂର୍ବ ଥାଇଲାଣ୍ଡର କ୍ଲାଙ୍ଗରେ ଅମାନବୀୟ କାଣ୍ଡ । ଏକ ପ୍ରିସ୍କୁଲ୍‌ କେୟାର ସେଣ୍ଟର ଉପରେ ଆଖିବୁଜା ଗୁଳିଚାଳନା । ଏଭଳି କାଣ୍ଡ ଭିଆଇଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ଏହି ଘଟଣାରେ ପ୍ରାୟ 34 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ 22 ଜଣ ଶିଶୁ ରହିଛନ୍ତି । ତେବେ ଗୁଳିକାଣ୍ଡ ପରେ ପୋଲିସ ଅଧିକାରୀ ଜଣକ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

Thailand mass shooting


ସୂଚନା ଅନୁସାରେ, ଗତବର୍ଷ ସମ୍ପୃକ୍ତ ଆକ୍ରମଣକାରୀକୁ ଡ୍ରଗ୍‌ସ୍‌ ନେଉଥିବା ଅଭିଯୋଗରେ ଚାକିରରୁ ବାହାର କରାଯାଇଥିଲା । ଏହାପରେ ମାନସିକ ସ୍ତରରେ ଚିନ୍ତାରେ ରହୁଥିଲେ ଏହି ଅଧିକାରୀ । ହଠାତ ଏପରି ଗୁଳିକାଣ୍ଡ ଘଟାଇବା ପରେ ସେଠାରୁ ଫେରାର ହୋଇଯାଇଥିଲା। ଏହାପରେ ସେ ନିଜ ପତ୍ନୀ ଏବଂ ସନ୍ତାନଙ୍କୁ ମଧ୍ୟ ହତ୍ୟା କରିଥିଲା । ଏହାପରେ ନିଜେ ଆତ୍ମହତ୍ୟା କରିଥିଲେ । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ପ୍ରିସ୍କୁଲ୍‌ ସେଣ୍ଟର ଭିତରକୁ ପ୍ରବେଶ କରିବା ପରେ ଅଭିଯୁକ୍ତ ପ୍ରଥମେ ସ୍କୁଲ୍‌ର 4ରୁ 5ଜଣ କର୍ମଚାରୀଙ୍କୁ ହତ୍ୟା କରିଥିଲା । ସେମାନଙ୍କ ମଧ୍ୟରେ ଜଣେ 8 ମାସର ଗର୍ଭବତୀ ମଧ୍ୟ ସାମିଲ ରହିଛନ୍ତି ।

ଏଭଳି ଲୋକହର୍ଷଣକାରୀ କାଣ୍ଡ ଘଟାଇବା ବେଳେ ଅଭିଯୁକ୍ତ ନିଜେ ଏହାକୁ ନିଜେ ଭିଡିଓ ରେକର୍ଡିଂ କରୁଥିଲା । ଏହି ସବୁ ଭିଡିଓକୁ ସୋଶାଲ ମିଡିଆରେ ସେୟାର ମଧ୍ୟ କରୁଥିଲା । ପ୍ରଥମେ ଏହାକୁ କେହି ଗୁରୁତର ଭାବେ ନେଇ ନଥିଲେ । ତେବେ ଅଧିକରୁ ଅଧିକ ଭିଡିଓ ପୋଷ୍ଟ ହେବା ପରେ ଲୋକେ ରକ୍ତରେ ଜୁଡୁବୁଡୁ ଶିଶୁଙ୍କୁ ପଡ଼ି ରହିଥିବା ଦେଖିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ଆଗରୁ ଫେରାର ହୋଇଥିଲା ଅଭିଯୁକ୍ତ । ପରବର୍ତ୍ତୀ ମୂହୂର୍ତ୍ତରେ ଅଭିଯୁକ୍ତର ଆତ୍ମହତ୍ୟା ନେଇ ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ଥାଇଲାଣ୍ଡରେ ମାନ୍ୟତାପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି । ତେବେ ବେଆଇନ ବନ୍ଧୁକଧାରୀଙ୍କୁ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ଗତ ଦୁଇ ବର୍ଷ ତଳେ ଜଣେ କ୍ରୋଧାନ୍ବିତ ଯବାନ ଥାଇଲାଣ୍ଡର 4ଟି ସ୍ଥାନରେ ଗୁଳିକାଣ୍ଡ ଘଟାଇଥିଲେ । ଏଥିରେ 57 ଜଣଙ୍କ ପ୍ରାଣହାନୀ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+