ମସୁଦ ଆଝାର ପରିବାରକୁ ସମୂଳେ ବିନାଶ କରିଛନ୍ତି ଭାରତୀୟ ସେନା:ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଅବସ୍ଥିତ ନଅଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଦେଇଥିଲେ।

ଭାରତର ଏହି ଶକ୍ତିଶାଳୀ ଆକ୍ରମଣରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଆଝାରର ସମ୍ପୂର୍ଣ୍ଣ ପରିବାର ଧ୍ବଂସ ପାଇ ଯାଇଥିଲା।ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମସୁଦ ଇଲିଆସ୍ କାଶ୍ମୀରୀ ଆତଙ୍କବାଦୀ ମସୁଦ ଆଝାରର ପରିବାରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଏଥିରେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାରର ପୂରା ପରିବାର ଲୋକ ଖଣ୍ଡ ଖଣ୍ଡ ହୋଇ ଯାଇଥିଲେ । ଏବେ ଏହାକୁ ସ୍ୱୀକାର କରିଛି ଜୈଶ ଏ ମହମ୍ମଦର କମାଣ୍ଡର ମସୁଦ ଇଲିୟାସ କଶ୍ମୀରୀ ।

massod

ଭିଡିଓରେ ଇଲିୟାସ କହୁଥିବା ଦେଖିବାକୁ ମିଳିଛି ଯେ, ଭାରତୀୟ ସେନାର ମେ ୭ ଆକ୍ରମଣ ପାକିସ୍ତାନର ବହଓ୍ବଲପୁରରେ ଥିବା ଜୈଶ ମୁଖ୍ୟାଳୟ ମରକଜ ସୁଭାନଲ୍ଲାଃକୁ ଟାର୍ଗେଟ କରି ହୋଇଥିଲା। ଇଲିୟାସ ଆହୁରି କହିଥିଲା ଯେ, ଆମେ ଆତଙ୍କବାଦକୁ ଆଲିଙ୍ଗନ କଲୁ ଏବଂ ଦିଲ୍ଲୀ, କାବୁଲ, କାନ୍ଦାହାରରେ ଲଢ଼ି ଆମ ଦେଶର ସୀମାକୁ ସୁରକ୍ଷା ଦେଲୁ। ସବୁ କିଛି ତ୍ୟାଗ କରିବା ପରେ ଭାରତୀୟ ସେନା ମେ ୭ରେ ବହଓ୍ବଲପୁରରେ ଆକ୍ରମଣ କରି ମାସୁଦ ଆଝାରର ପରିବାରୁ ଛାରଖାର କରିଦେଲା।

ଇଲିୟାସ ସଭାରେ ଭାଷଣ ଦେଉଥିବାବେଳେ ତା' ଚାରିପାଖେ ୬ରୁ ଅଧିକ ବନ୍ଧୁକଧାରୀ ସୁରକ୍ଷା ପାଇଁ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସର୍ବସାଧାରଣ ସ୍ଥାନରେ ଆତଙ୍କବାଦୀଙ୍କ ଏପରି ସଭା ପାକିସ୍ତାନ ସରକାରଙ୍କ ଆତଙ୍କବାଦ ପ୍ରତି ରହିଥିବା ମନୋଭାବର ନଗ୍ନଚିତ୍ରକୁ ଦର୍ଶାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+