ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୩ବର୍ଷ, ହେଲେ ଥମୁନି ଯୁଦ୍ଧର ବିଭୀଷିକା
ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୩ ବର୍ଷ। ହୋଇପାରିଲାନି ହିସାବନିକାଶ । ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ସାରା ବିଶ୍ବ ହୋଇଯାଇଥିଲା ସ୍ତମ୍ଭୀଭୂତ। ଏକଦା ସୋଭିଏତ ରାଷ୍ଟ୍ର ସଂଘରେ ଦୁଇ ପ୍ରମୁଖ ଶକ୍ତି ଥିବା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସାରା ବିଶ୍ବରେ ପକାଇଛି ପ୍ରଭାବ। ହେଲେ ଥମୁନି ଯୁଦ୍ଧ । ଉଭୟ ଉଭୟଙ୍କ ଉପରେ କରୁଛନ୍ତି ଆକ୍ରମଣ । ଆଜି ୨୪ ଫେବୃଆରୀ । ଅର୍ଥାତ୍ ୩ ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ଋଷିଆ-ୟୁକ୍ରେନ୍ ଯୁଦ୍ଧ ।
ଏହାରି ଭିତରେ ୩ ବର୍ଷ ବିତିଗଲାଣି ହେଲେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । କଥା ହେଲା ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ଏକ ଉଚ୍ଚସ୍ତରୀୟ ମିଟିଂ କରିଥିଲା । ହେଲେ ସେହି ମିଟିଂରେ ୟୁକ୍ରେନ୍କୁ ନିମନ୍ତ୍ରଣ ଦିଆଯାଇନଥିଲା । ହେଲେ ଆମେରିକା ଏମିତି କେମିତି କଲା ତାହାକୁ ନେଇ ବି ପ୍ରଶ୍ନ ଉଙ୍କି ମାରୁଛି । ଅବଶ୍ୟ ନିଜ ଦେଶକୁ ରକ୍ଷା କରିବାକୁ ଯାଇ ୟୁକ୍ରେନ୍ ଅନ୍ୟ ଦେଶକୁ ସହଯୋଗ ନେଉଛି ହେଲେ ହାର ମାନୁନି ।

ଯୁଦ୍ଧ ଯେବେ ଆରମ୍ଭ ହେବା ସେବେ ରାଜଧାନୀ କୀବକୁ ଋଷିଆ ଆକ୍ରମଣରୁ ରକ୍ଷା କରିବାରେ ୟୁକ୍ରେନ୍ ସମର୍ଥ ଥିଲା । ପରେ ପରେ ଖାରକିବ୍ ଓ ଖେରସାନର କିଛି ଅଂଚଳକୁ ନିଜ କବଜ୍ଜାକୁ ନେବାରେ ସଫଳ ହୋଇଥିଲା ୟୁକ୍ରେନ୍ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଯୁଦ୍ଧରେ ୟୁକ୍ରେନ୍ ବର୍ତ୍ତମାନ ସୁଦ୍ଧା ୧୧ ପ୍ରତିଶତ ସ୍ଥାନ ହରାଇ ସାରିଲାଣି । ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ ନିଜର ୧୮ ପ୍ରତିଶତ ଜାଗା ହରାଇବସିଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications