Get Updates
Get notified of breaking news, exclusive insights, and must-see stories!

ଇରାନରେ ଖୋଲିଲା ବଜାର, ସୁଧୁରିଲା ସ୍ଥିତି

ଇରାନରେ ପରିସ୍ଥିତିରେ ସୁଧାରର ସଂକେତ ମିଳିଛି । ଦେଶବ୍ୟାପୀ ଚାଲିଥିବା ଧର୍ମଘଟକୁ ବନ୍ଦ କରିବା ଲାଗି ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୩ ହଜାର ୯୦ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେହେରାନର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାରଗୁଡ଼ିକ ପୁଣି ଖୋଲିବା ସହ ପରିସ୍ଥିତି ଶାନ୍ତ ରହିଛି।

ସେଠାରେଏକସପ୍ତାହ ବ୍ୟାପୀ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଛି । ଅନ୍ୟପକ୍ଷରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ସେଠାକାର ଧର୍ମଗୁରୁ ଆୟତୁଲ୍ଲା ଖେମିନ୍‍ ପ୍ରଥମେ ନିର୍ଦ୍ଦେଶ ଦେବା ପରେ ତାହା ପ୍ରତ୍ୟାହାର କରିଛନ୍ତି । ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ସ୍ୱାଗତ କରିଛନ୍ତି । ତେବେ ଇରାନର ନିର୍ବାସିତ ଯୁବରାଜ ରେଜା ପହଲବୀ ଇରାନ ନାଗରିକମାନଙ୍କୁ ପ୍ରତିବାଦ ଜାରି ରଖିବାକୁ ଅନୁରୋଧ କରିଛନ୍ତି ।

Iran

ଗତବର୍ଷ ଡିସେମ୍ବର ୨୮ରେ ଇରାନରେ ମୁଦ୍ରାସ୍ଫୀତି ଏବଂ ଆନ୍ତର୍ଜାତିକ ସ୍ତରରେ ଇରାନର ସ୍ଥିତିକୁ ନେଇ ସାଧାରଣ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନରେ ୩୫୦ଟି ମସ୍‍ଜିଦ୍‍, ୧୨୬ଟି ପ୍ରାର୍ଥନାଗୃହ, ୪୦୦ଟି ଡାକ୍ତରଖାନା, ୧୦୬ଟି ଆମ୍ବୁଲାନ୍ସ ଏବଂ ୭୧ଟି ଅଗ୍ନିଶମ ଯାନବାହାନ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+