ଟ୍ରମ୍ପଙ୍କୁ କ୍ଷମା ମାଗିଲେ ଜୁକରବର୍ଗ, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷମା ମାଗିଲେ ମାର୍କ ଜୁକରବର୍ଗ । ଆମୋରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ଲାଗି ଦେଶ ମାହେଲ ରହିଛି ପୂରା ଉଷ୍ମା । ଆଉ ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଉଛି ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ମେଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ତାଙ୍କୁ ଅନେକ ଥର କଲ୍ କରି କ୍ଷମା ମାଗିଛନ୍ତି ।

ଗତ ଜୁଲାଇ ୧୩ ତାରିଖରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିଲା । ଟ୍ରମ୍ପ୍ଙ୍କ କାନରେ ଗୁଳି ବାଜିବା ପରେ ତାଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଘୂରି ବୁଲିଥିଲା । ଏହି ଫଟୋ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ଘୂରି ବୁଲିିଥିବା କାରଣରୁ ଜୁକରବର୍ଗ ତାଙ୍କୁ କ୍ଷମା ମାଗିଛନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି ।












Click it and Unblock the Notifications