ଟ୍ରୁଡ଼ୋଙ୍କ ସ୍ଥାନ ନେଲେ ମାର୍କ, କାନାଡାର ହେଲେ ନୂଆ ପିଏମ୍‌

ବ୍ୟାଙ୍କ ଅଫ କାନାଡା ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନ ନେବେ। ୫୯ ବର୍ଷୀୟ କାର୍ନି ୮୫.୯ ପ୍ରତିଶତ ଭୋଟ ପାଇଥିଲେ। ମାର୍କ କାର୍ନି (କାନାଡା ନୂତନ ପ୍ରଧାନମନ୍ତ୍ରୀ), ଉତ୍ତର-ପଶ୍ଚିମ ଅଞ୍ଚଳ କାନାଡାରେ ଜନ୍ମିତ, ତାଙ୍କ ପିଲାଦିନ ଏଡମୋଣ୍ଟନରେ ବିତିଥିଲା। ସେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଅଧ୍ୟୟନ କରିଥିଲେ।

ଏହା ପରେ, ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଏବଂ ପରେ ୧୯୯୫ମସିହାରେ ଅର୍ଥନୀତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ୫୯ ବର୍ଷୀୟ କାର୍ନି ୮୫.୯ ପ୍ରତିଶତ ଭୋଟ ପାଇଥିଲେ। ୨୦୧୦ ମସିହାରେ, TIME ମାଗାଜିନ୍ ତାଙ୍କୁ ବିଶ୍ୱର ୨୫ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଜଣେ ବୋଲି ଘୋଷଣା କରିଥିଲା। ସେ ଜଳବାୟୁ କାର୍ଯ୍ୟ ଏବଂ ଅର୍ଥନିତୀ ଉପରେ ଜାତିସଂଘର ସ୍ବତନ୍ତ୍ର ଦୂତ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।

Mark Carney

ଜଷ୍ଟିନ ଟ୍ରୁଡୋ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଜାନୁଆରୀରେ ହିଁ ଟ୍ରୁଡୋ ପାର୍ଟିକୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବାକୁ କହିଥିଲେ। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସହିତ ସମ୍ପର୍କ ତିକ୍ତ ହେୋଇଛି। କିନ୍ତୁ ମାର୍କ କାର୍ନି ଭାରତ ସହିତ ସମ୍ପର୍କ ପୁଣି ଥରେ ମଜବୁତ କରିବେ ବୋଲି ଆଶା କରାଜାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+