ମାଡି ଚାଲିଛି ମାରବର୍ଗ ଭୂତାଣୁ: କରୋନାଠାରୁ ବି ଏହା ମାରାତ୍ମକ, ଚେତାବନୀ ଜାରି କଲା ହୁ’

ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଅସୁସ୍ଥ ଅଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ହୁ’ ଚେତାବନୀ ଜାରି କରିଛି ।

Marburg Virus

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ୍ ଗିନିରେ ଏବେ ମାରବର୍ଗ ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଅସୁସ୍ଥ ଅଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ହୁ' ଚେତାବନୀ ଜାରି କରିଛି ।

ମାରବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ଲକ୍ଷଣ ସହ ସମାନ । ଯେଉଁଥିରେ ରୋଗୀଙ୍କୁ ଜ୍ୱର, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ । ପରିସ୍ଥିତି ଗୁରୁତର ହେଲେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବୟାନ ଜାରି କରି କହିଛି ଯେ, ମାରବର୍ଗ ଭୂତାଣୁ ସଂକ୍ରମଣ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି ।

ଏହି ଭାଇରସ ମଧ୍ୟ ବାଦୁଡିରୁ ବ୍ୟାପୁଥିବା ଜଣାପଡିଛି । ଗିନିରେ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଜଣା ପଡିବା ପରେ ଯେଉଁମାନଙ୍କ ଠାରେ ଏହାର ଲକ୍ଷଣ ଦେଖା ଦେଉଛି ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି । ମାରବର୍ଗ ଭୂତାଣୁ ପ୍ରଭାବିତ ଅଞ୍ଚଳରେ ଆଗୁଆ ଟିମ୍ ମୁତୟନ କରାଯାଇଛି। ଯେଉଁମାନେ ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ଅଲଗା କରି ସେମାନଙ୍କ ଚିକିତ୍ସା କରୁଛନ୍ତି । ଏହାର ସଂକ୍ରମଣକୁ ରୋକିବା ପାଇଁ ଡବ୍ଲୁଏଚ୍ଓ ଜରୁରୀକାଳୀନ ବିଶେଷଜ୍ଞ ଟିମ୍, ପରୀକ୍ଷାଗାର ଏବଂ ଯୋଗାଯୋଗ ସହାୟତା ବ୍ୟବସ୍ଥା ନିୟୋଜିତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+