କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମଗୁରୁବାର ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ପୂର୍ବରୁ 6ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ଆଜି ଆଉ ୫ଟି ଭାଷାକୁ ମିଳିଛି । ମୋଟ ଭାଷା ମଧ୍ୟରେ 11ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟଲମ, ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ଆଜି ମରାଠି, ବେଙ୍ଗୋଲି, ପାଲି, ପ୍ରାକୃତି ଏବଂ ଅହମିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି ।
କେନ୍ଦ୍ରୀୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଭାରତୀୟ ଭାଷା ଉପରେ ଧ୍ୟାନ ଦେଇଛନ୍ତି। ଆଜି ୫ ଟି ଭାଷା ମରାଠୀ, ପାଲି, ପ୍ରାକୃତ, ଆସାମ ଏବଂ ବଙ୍ଗାଳୀକୁ ଶାସ୍ତ୍ରୀୟ ଭାଷା ଭାବରେ ଅନୁମୋଦନ କରାଯାଇଛି।

ଅନ୍ୟାନ୍ୟ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରାୟ ୧,୦୧,୩୨୧ କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଆୟ ସହ ଜଡିତ ପ୍ରାୟ ସମସ୍ତ ପଏଣ୍ଟ ଅନ୍ତର୍ଭୁକ୍ତ ହୋଇଛି। ଏକାଧିକ ଉପାଦାନ ଥିବା ଏହା ଏକ ବହୁତ ବଡ କାର୍ଯ୍ୟକ୍ରମ ଅନେକ ଉପାଦାନ କ୍ୟାବିନେଟ୍ ଦ୍ବାରା ପୃଥକ ସ୍କିମ୍ ଭାବରେ ଅନୁମୋଦିତ ହୋଇଛି। ଯଦି କୌଣସି ରାଜ୍ୟ କୌଣସି ବ୍ୟକ୍ତିଗତ ପ୍ରକଳ୍ପର ଡିପିଆର ଆଣନ୍ତି, ତେବେ ଏହି ଯୋଜନା ଅନୁଯାୟୀ ଅନୁମୋଦନ ହେବ ।












Click it and Unblock the Notifications