ଭିଡ଼ ଭିତରକୁ ମାଡ଼ିଗଲା କାର୍‌, ଚାଲିଗଲା ୧୧ ଜୀବନ

କାନାଡାର ବ୍ରିଟିଶ୍‌ କଲମ୍ବିଆସ୍ଥିତ ଭେଙ୍କୁଭରରେ ଶନିବାର ଲାପୁ-ଲାପୁ ଷ୍ଟ୍ରିଟ୍‌ ଫେଷ୍ଟିଭାଲ ବେଳେ ଭିଡ଼ ଉପରକୁ ଜଣେ ବ୍ୟକ୍ତି ଦ୍ରୁତଗତିରେ କାର୍‌ ଚଢ଼ାଇ ଦେଇଛନ୍ତି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୩୦ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ତେବେ ଏହା ଆତଙ୍କବାଦୀ କାର୍ଯ୍ୟ ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି।

ଭେଙ୍କୁଭରରେ ଶନିବାର ସ୍ଥାନୀୟ ସମୟ ରାତି ୮ଟା ୧୪ରେ ଫିଲିଫିନୋ ସମ୍ପ୍ରଦାୟର ଲୋକେ ଲାପୁ-ଲାପୁ ଉତ୍ସବ ପାଳୁଥିବାବେଳେ ଇ୪୩ତମ ଆଭେନ୍ୟୁ ଏବଂ ଫ୍ରାସର ଷ୍ଟ୍ରିଟ୍‌ରେ ଏକ କଳାରଙ୍ଗର ଏସ୍‌ୟୁଭି ହଠାତ୍‌ ମାଡ଼ିଆସିଥିଲା। ଭିଡ଼ ଉପରେ କାର୍‌ ଚଢ଼ିଯିବାରୁ ଚାହୁଁଚାହୁଁ ୯ ଜଣଙ୍କ ଜୀବନ ଚାଲିଗଲା। ଆହତ ହୋଇଥିବା ଅନୂ୍ୟନ ୨୦ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Man charged with murder in car ramming of Vancouver festival crowd

ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ଲୋକେ କାର୍‌ ଚାଳକଙ୍କୁ କାବୁ କରିଥିଲେ। ପୋଲିସ ତାଙ୍କୁ ପୂର୍ବରୁ ଜାଣିଥିବା କହିଛି। କାନାଡାରେ ସାଧାରଣ ନିର୍ବାଚନକୁ ୨ ଦିନ ବାକି ଥିବାବେଳେ ଏହା ପୂର୍ବରୁ ଏଭଳି ଘଟଣା ଘଟିଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କେନି ଘଟଣାର ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ଆହତଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+