ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବେଳେ ଗଲାଣି ୭୭ ଜୀବନ;ମମତା ବାନାର୍ଜୀ
ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଏହି ଅଭିଯାନ ବେଳେ ୭୭ ଜଣଙ୍କ ଜୀବନ ଯାଇଥିବାବେଳେ ୧୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ୪ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ମମତା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏସ୍ଆଇଆର୍ ଗଠନମୂଳକ ଏବଂ ଫଳପ୍ରଦ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଏହି ପ୍ରକ୍ରିୟା ସାଧାରଣ ନାଗରିକଙ୍କୁ ଅସୁବିଧାରେ ପକାଇଛି। ମାନବୀୟ ବିଚରୀ ବିନା ପ୍ରଯୁକ୍ତିଗତ ତଥ୍ୟ ଆଧାରରେ ଭୋଟର ତାଲିକା ସଂଶୋଧନ କରାଯାଉଛି। ଏହା ଉପଯୁକ୍ତ ଯୋଜନାରେ ହେଉ ନ ଥିବା ମମତା ଅଭିଯୋଗ କରିଛନ୍ତି।












Click it and Unblock the Notifications