ଭାରତକୁ ବିରୋଧ କରିବା ପଡିଲା ମହଙ୍ଗା, ଭାଙ୍ଗିବ ମୁଇଜ୍ଜୁ ସରକାର!
Maldives president Mohamed Muizzu: ଭାରତକୁ ବିରୋଧ କରିବା ପଡିଲା ମହଙ୍ଗା । ବିପଦରେ ପଡିପାରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ରାଜନୈତିକ କ୍ୟାରିୟର । ତାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ । ସର୍ବଦା ଭାରକୁ ବିରୋଧ କରିବା ଏବଂ କ୍ରୁର ନୀତି ପାଇଁ ବର୍ତ୍ତମାନ ସେ ବିରୋଧୀ ଦଳ ଟାର୍ଗେଟରେ ।

ସୂଚନା ଅନୁସାରେ. ମାଳଦ୍ୱୀପ ମୁଖ୍ୟ ବିରୋଧୀ ଦଳ ଏମଡିପି ରାଷ୍ଟ୍ରପତି ମୁଇଜ୍ୱୁଙ୍କ ବିରୋଧରେ ଅବିଶ୍ୱାସ ତଥା ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଯୋଜନା କରୁଛି । ଏପରିକି ବର୍ତ୍ତମାନ ଅନାସ୍ଥା ପ୍ରସ୍ତକାବକୁ ସମର୍ଥନ କରିବା ପାଇଁ ବିରୋଧୀଙ୍କ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଯାଇଛି । ଉଭୟ ଏମଡିପି ଏବଂ ଡେମୋକ୍ରାଟ ପ୍ରତିନିଧିଙ୍କ ସମେତ ମୋଟ ୩୪ ଜଣ ସଦସ୍ୟ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ରହିଛନ୍ତି । ଗତ ରବିବାର ଦିନ ମାଳଦ୍ୱୀପ ସଂସଦରେ ଏହି ପ୍ରସ୍ତାବ ଅଣାଯିବା ନେଇ ସୂଚନା ରହିଥିଲା ହେଲେ ଗୃହରେ ଉତ୍ତେଜନା କାରଣରୁ ଏହା ସ୍ଥଗିତ ରହିଥିଲା ।
ରିପୋର୍ଟ ଅନୁସାରେ, ମାଳଦ୍ୱୀପ ସଂସଦରେ ମୋଇଜୁଙ୍କ ପାର୍ଟି ନ୍ୟାସନାସ ଡେମୋକ୍ରାଟିକ୍ କଂଗ୍ରେସର ସଂଖ୍ୟାଗରିଷ୍ଠତା ନାହିଁ । ଏପରି ସ୍ଥିତିରେ ଯଦି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣନ୍ତି ତେବେ ଆଗାମୀ ଦିନରେ ମୁଇଜୁଙ୍କ ସରକାରଙ୍କୁ ତାଙ୍କ ଚେୟାରରୁ ହରେଇବା ପାଇଁ ପଡିପାରେ ।
ଗତ କିଛି ଦିନ ହେଲା ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଆସୁଥିବା ବେଳେ ତାଙ୍କ କ୍ୟାବିନେଟର ଦୁଇ ମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାପେର ବୟକଟ୍ ମାଳଦ୍ୱୀପ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ତ କରିଥିଲା ।
ସୂଚନାଥାଉ ଯେ, ଗତବର୍ଷ ମହମ୍ମଦ ମୁଇଜ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଯାହା ପରଠୁ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଥିଲା । ଏପରିକି ୮୮ ଜଣ ଭାରତୀୟ ଯବାନମାନଙ୍କୁ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications