ବିମାନ ଦୁର୍ଘଟଣାରେ ମାଲାୱିର ଉପରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟ ପରେ ଏବେ ପୁଣି ଏକ ଦେଶର ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ ହୋଇଥିଲା । ଏହି ରାଷ୍ଟ୍ରନେତାଜଣକ ହେଉଛନ୍ତି ଦକ୍ଷିଣ ପୂର୍ବ ଆଫ୍ରିକୀୟ ଦେଶ ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍ ଚିଲିମା । ଆଉ ଏହାଙ୍କୁ ନେଇ ଆସିଛି ଏକ ବଡ଼ ଖବର ।

ବିମାନ ଦୁର୍ଘଟଣାରେ ମାଲାୱିର ଉପରାଷ୍ଟ୍ରପତି ସାଲ୍ୟୁଲସ ଚିଲିମା ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣ ମୃତ୍ୟୁବରଣ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ମୃତ୍ୟୁ ସଂପର୍କରେ ମାଲୱିର ରାଷ୍ଟ୍ରପତି ଲାଜାରୁସ ଚାକୱେରା ନିଜ ଦେଶବାସୀଙ୍କୁ ସମ୍ବୋଧିନ କରିବା ଅବସରରେ ଘୋଷଣା କରିଛନ୍ତି ।

vice president Saulos Chilima dead

ସୁଚନା ଯୋଗ୍ୟ ଯେ, ଚିଲିମା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଗତକାଲି ପୂର୍ବାହ୍ନ ୯ଟା୧୭ରେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ । ତାଙ୍କ ସହ ଉକ୍ତ ବିମାନରେ ଆଉ ୯ ଜଣ ବି ଥିଲେ । ମାତ୍ର ଖରାପ ପାଗ ଯୋଗୁ ବିମାନଟି ଲ୍ୟାଣ୍ଡ କରି ପାରି ନ ଥିବା ବେଳେ ତାହାକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହାର କିଛି ସମୟ ପରେ ବିମାନଟି ରାଡାରରୁ ଗାଏବ ହୋଇ ଯାଇଥିଲା । ବିମାନ ଅଧିକାରୀଙ୍କ ଦ୍ୱାରା ଏଥିନିମନ୍ତେ ବହୁ ପ୍ରଚେଷ୍ଟା କରାଯିବା ସତ୍ତ୍ୱେ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା । ଆଉ ବର୍ତ୍ତମାନ ତାଙ୍କ ମୃତ୍ୟୁଖବର ଏବେ ସାମ୍ନାକୁ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+