ପୂର୍ବ ଆଫ୍ରିକାର ମାଲୱି ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ
Malawi's Vice President Plane Missing: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି, ବୈଦେଶିକ ମନ୍ତ୍ରୀ ଏବଂ ବହୁ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ପରେ ଏବେ ଦକ୍ଷିଣ ପୂର୍ବ ଆଫ୍ରିକୀୟ ଦେଶ ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍ ଚିଲିମାଙ୍କୁ ନେଇ ଯାଉଥିବା ଏୟାୟାକ୍ରାଫ୍ଟ ନିଖୋଜ ହୋଇଯାଇଛି ।

ମାଲୱି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଲିଲଙ୍ଗୱେରୁ ମାଲବୀ ସେନାର ଏୟାରକ୍ରାଫ୍ଟରେ ଅନ୍ୟ ୯ ଜଣ ପ୍ରତିନିଧି ମଣ୍ତଳି ସହ ମଜୁଜୁକୁ ଯାତ୍ରା କରୁଥିଲେ । ରାଜଧାନୀରୁ ଉଡାଣର ଭରିବା ପରେ କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ତେବେ ବର୍ତ୍ତମାନ ଖୋଜାଖୋଜି ଜାରି ରହିଛି, ହେଲେ କୌଣସି ସୂଚନା ମିଳିପାରି ନାହିଁ ।
ଉପରାଷ୍ଟ୍ରପତି ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ ମାଲ୍ୟା ପ୍ରତିରକ୍ଷା ବାହିନୀ ବିମାନ ସକାଳ 9:17 ରେ (ସ୍ଥାନୀୟ ସମୟ) ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁବ ଅଭିମୁଖେ ଯାତ୍ରା କରୁଥିଲା । ତାଙ୍କ ସହ ଆଉ ୯ ଜଣ ମଧ୍ୟ ବିମାନରେ ଉପସ୍ଥିତ ଥିଲେ । ତେବେ ଖରାପ ପାଗ ଯୋଗୁଁ ବିମାନଟି ଲ୍ୟାଣ୍ତ କରି ପାରିନଥିଲା ଏବଂ ଏହାକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା କିଛି ସମୟର ପରେ ବିମାନଟି ରାଡାରରୁ ଗାଏବ ହୋଇଯାଇଥିଲା ।
ଯାହା ପରେ ବିମାନ ସହ ଆଉ ଯୋଗାଯୋଗ ହୋଇ ପାରି ନଥିଲା ।ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଚିଲିମା ଗତ ମାସରେ ଜେଲରୁ ବାହାରିଥିଲେ । ୨୦୨୨ ମସିହାରେ ଏକ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନାଁରେ ରହିଥିବା ଦୁର୍ନୀକି ଅଭିଯୋଗରୁ କୋର୍ଟ ପକ୍ଷରୁ ହଟାଯାଇଥିଲା ଯାହାପରେ ସେ ଜେଲରୁ ବାହାରିଥିଲେ ।












Click it and Unblock the Notifications