ହଲିଉଡକୁ ସମାଲୋଚନା କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ
ସାମାଜିକ କାର୍ଯ୍ୟକର୍ତ୍ତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ସାମ୍ପ୍ରତିକ ସମୟରେ ହଲିଉଡରେ ପ୍ରତିନିଧିତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଇସଲାମାବାଦ: ସାମାଜିକ କାର୍ଯ୍ୟକର୍ତ୍ତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ସାମ୍ପ୍ରତିକ ସମୟରେ ହଲିଉଡରେ ପ୍ରତିନିଧିତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ମୁସଲମାନମାନେ ବିଶ୍ୱର ଜନସଂଖ୍ୟାର 25 ପ୍ରତିଶତ , କିନ୍ତୁ ପ୍ରମୁଖ ଟିଭି ଶୋ'ରେ ମୁସଲମାନ ଅଭିନେତାମାନଙ୍କର କେବଳ ଏକ ପ୍ରତିଶତ ପ୍ରମୁଖ ଭୂମିକା ରହିଛି। ଭେରାଇଟିର ପାୱାର ଅଫ୍ ଓମେନ୍ ପ୍ରୋଗ୍ରାମକୁ ସମ୍ବୋଧିତ କରିବା ସମୟରେ ମଲାଲା ଏହା କହିଛନ୍ତି।

ମଲାଲାଙ୍କ ମତରେ , ମୁଁ ଆଶା କରେ ନାହିଁ ଯେ ହଲିଉଡ ଏହାକୁ ବଦଳାଦେଇବ। କାରଣ ଏପରି କରିବା ବିଲକୁଲ ଠିକ ନୁହେଁ । ମୁଁ ଚାହେଁ ଆପଣ ଏହା କରନ୍ତୁ, କାରଣ କଳାକାର ହିଁ ନିଜେ ଜାଣିଛି କଳାର କେତେ ମହତ୍ତ୍ବ ରହିଛି । ଯଦି ଆପଣ ଏପରି ଜଣେ କଳାକାର ଯିଏ କେବଳ ନିନ୍ଦାର ଶିକାର ହୋଇଛି , ଯାହାର କିଛି ପୃଷ୍ଠ ଭୂମି ନାହିଁ ସେ ମୋ ଡେସ୍କରେ ବସି କାର୍ଯ୍ୟ କରନ୍ତୁ ।
କେବଳ ଏତିକି ନୁହେଁ ଏହା ପୂର୍ବରୁ ସାରା ବିଶ୍ବରେ ଚର୍ଚ୍ଚିତ ହିଜାବ ମାମଲାକୁ ନେଇ ମଲାଲା ମୁହଁ ଖୋଲିଥିଲେ ମଲାଲା। ଝିଅମାନଙ୍କୁ ସେମାନଙ୍କ ହିଜାବରେ ସ୍କୁଲ ଯିବାକୁ ଅନୁମତି ନ ଦେବା ଅତ୍ୟନ୍ତ ଭୟଙ୍କର ଘଟଣା ବୋଲି ସେ କହିଥିଲେ । ସେ ଏନେଇ ଟ୍ୱିଟ କରି କହିଥିଲେ କି ପାଠପଢ଼ା ଓ ହିଜାବ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ କଲେଜ ବାଧ୍ୟ କରୁଛି। ହିଜାବ ପିନ୍ଧି ଝିଅମାନଙ୍କୁ ସ୍କୁଲ ଯିବାକୁ ବାରଣ କରିବା ଅତ୍ୟନ୍ତ ଭୟଙ୍କର ଘଟଣା। ମହିଳାମାନଙ୍କ ପୋଷାକ ପିନ୍ଧାକୁ ନେଇ ବର୍ତ୍ତମାନ ବି ଆପତ୍ତି ଉଠୁଛି। ଭାରତର ନେତାମାନେ ମୁସଲିମ ମହିଳାଙ୍କ ପ୍ରତି ହେଉଥିବା ଏପରି ଉପେକ୍ଷାକୁ ବନ୍ଦ କରିବାକୁ ଉଚିତ ପଦକ୍ଷେପ ନିଅନ୍ତୁ। ଯାହା ଦ୍ବାରା ଏପରି ଘଟଣାର ଶିକାର ହେବେନି ମହିଳା ।












Click it and Unblock the Notifications