ସୋମାଲିଆରେ ସିରିଜ ବିସ୍ଫୋରଣରେ 100 ମୃତ,3ଶହ ଆହତ
ସୋମାଲିଆର ରାଜଧାନୀରେ ସିରିଜ ବିସ୍ଫୋରଣ । ରାଜଧାନୀ ମୋଗାଦିଶୁରେ ହୋଇଛି ସିରିଜ ବିସ୍ପୋରଣରେ 100 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 3ଶହ ଜଣ ଆହତ ହୋଇଛନ୍ତି।
ମୋଗାଦିଶୁ: ସୋମାଲିଆର ରାଜଧାନୀରେ ସିରିଜ ବିସ୍ଫୋରଣ । ରାଜଧାନୀ ମୋଗାଦିଶୁରେ ହୋଇଛି ସିରିଜ ବିସ୍ପୋରଣରେ 100 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 3ଶହ ଜଣ ଆହତ ହୋଇଛନ୍ତି। ଶନିବାର ମୋଗାଦିଶୁର ଦୁଇଟି ଭିନ୍ନ ସ୍ଥାନରେ ହୋଇଛି ଏହି ସିରିଜ ବିସ୍ଫୋରଣ। ଏନେଇ ସୋମାଲିଆ ରାଷ୍ଟ୍ରପତି ହସନ ଶେଖ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ସୋମବାର କିସ୍ମାୟୁରେ 9 ଜଣ ସାଧାରଣ ନାଗରିକ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଦ୍ବାରା ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହିତ ଜୁବଲ୍ୟାଣ୍ଡର ସୁରକ୍ଷାମନ୍ତ୍ରୀ ୟୁସୁଫ ହୁସୈନନ ଗଣମାଧ୍ୟମକୁ କହିଛନ୍ତି ଏହି ବିସ୍ଫୋରଣରେ ଛାତ୍ର ଏବଂ ନାଗରିକଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 47 ଜଣ ଆହତ ହୋଇଥିଲେ।












Click it and Unblock the Notifications