Nepal Bus Accident: ନେପାଳରେ ବଡ଼ ସଡ଼କ ଦୁର୍ଘଟଣା, ୧୪ ଜଣଙ୍କ ମୃତ୍ୟୁ
Nepal Bus Accident: ନେପାଳରେ ବଡ଼ ସଡ଼କ ଦୁର୍ଘଟଣା । ୪୦ରୁ ଅଧିକ ଭାରତୀୟ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀରେ ଖସିପଡିବା କାରଣରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ସୂଚନା ଅନୁସାରେ ପ୍ରାୟ ୧୫ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ଅବଶିଷ୍ଟ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୪୦ ଜଣ ଯାତ୍ରୀ ବସରେ ଥିବା ନେଇ ସୂଚନା ରହିଛି ।

ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଅବଶିଷ୍ଟ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଅନ୍ୟପଟେ ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଉଛି। ଯାତ୍ରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications