ବଡ଼ ବିମାନ ଦୁର୍ଘଟଣା; ଲିବିଆର ସେନାମୁଖ୍ୟଙ୍କ ସମେତ ୮ ମୃତ

ତୁର୍କୀ(Turkey)ରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏହି ବିମାନ ଦୁର୍ଘଟଣାରେ ଲିବିଆ ସେନାମୁଖ୍ୟ ମହମ୍ମଦ ଅଲ୍ଲି ଅହମଦ ଅଲ-ହଦାଦଙ୍କ(Muhammad Ali Ahmad al-Haddad) ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ଲିବିଆ ପ୍ରଧାନମନ୍ତ୍ରୀ ଅବଦୁଲ-ହାମିଦ ଦବିବେ (Libyan Prime Minister Abdul-Hamid Dbeibah)ତୁର୍କୀରେ ଘଟିଥିବା ବିମାନ ଦୁର୍ଘଟଣା ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଘରୋଇ ଜେଟ୍‌ ରେ ଲିବିଆ ସେନାମୁଖ୍ୟ, ଚାରି ଅନ୍ୟ ଅଧିକାରୀ ଏବଂ ତିନି ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

Major plane crash

ସୂଚନାଥାଉକି, ମଙ୍ଗଳବାର ସନ୍ଧ୍ୟାରେ ଲିବିଆ ପ୍ରତିନିଧି ଦଳ ତୁର୍କୀର ରାଜଧାନୀ ଅଙ୍କାରାରୁ ସରକାରୀ ଗସ୍ତ ସାରି ସେମାନଙ୍କ ଦେଶକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ଦବିବେ ଏହି ଘଟଣାକୁ ଦୁର୍ଘଟଣାଜନିତ ଏବଂ ଗଭୀର ଦୁଃଖଦ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଲିବିଆ ପାଇଁ ଏକ ବଡ଼ କ୍ଷତି।

ତୁର୍କୀ ଅଧିକାରୀମାନେ କହିଛନ୍ତି ଯେ ଲିବିଆ ପ୍ରତିନିଧି ଦଳ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଉଚ୍ଚସ୍ତରୀୟ ପ୍ରତିରକ୍ଷା ଆଲୋଚନା ପାଇଁ ଅଙ୍କାରାରେ ଅଛନ୍ତି।

ତୁର୍କୀର ଗୃହମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି ଯେ, ବିମାନଟି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮:୩୦ ରେ ଅଙ୍କାରାର ଏସେନବୋଗା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ପ୍ରାୟ ୪୦ ମିନିଟ୍ ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା, ପରେ ଦୁର୍ଘଟଣାର ଖବର ମିଳିଥିଲା। ଲିବିଆ ସାମରିକ ମୁଖ୍ୟ ଏବଂ ଅନ୍ୟ ଚାରି ଜଣଙ୍କୁ ନେଇ ଯାଉଥିବା ଏକ ଫାଲକନ୍-୫୦ ଘରୋଇ ଜେଟ୍‌ର ଭଗ୍ନାବଶେଷ ଅଙ୍କାରା ନିକଟରେ ଉଦ୍ଧାର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+