ବାଂଲାଦେଶ ଫାୟାର ଟ୍ରାଜେଡି: 14 ମୃତ, 450 ଆହତ
ବାଲାଂଦେଶ ଚିତ୍ତଗଙ୍ଗ ସିତାକୁଣ୍ଡ ଠାରେ ଥିବା ଏକ ଘରୋଇ କଣ୍ଟେନର ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 14 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 450 ଜଣ ଆହତ ହୋଇଛନ୍ତି ।
ଢାକା: ବାଲାଂଦେଶ ଚିତ୍ତଗଙ୍ଗ ସିତାକୁଣ୍ଡ ଠାରେ ଥିବା ଏକ ଘରୋଇ କଣ୍ଟେନର ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 14 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 450 ଜଣ ଆହତ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ କୌଣସି ରାସାୟନିକ ପଦାର୍ଥ ଯୋଗୁଁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ନିଆଁ ଭୀଷଣ ଅଗ୍ନିକାଣ୍ଡର ରୂପ ନେଇସାରିଥିଲା । ଶନିବାର ରାତି ପ୍ରାୟ 9ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ରାତି 11ଟା 45ମିନିଟ ସମୟରେ ଏହି ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିଲା । କଣ୍ଟେନରରେ ରାସାୟନିକ ପଦାର୍ଥ ଥିବାରୁ ଗୋଟିଏ କଣ୍ଟେନରୁ ଏନ୍ୟ କଣ୍ଟେନରକୁ ନିଆଁ ଲାଗିଥିଲା । ଚିତ୍ତଗଙ୍ଗ ସ୍ବାସ୍ଥ୍ୟ ସେବା ବିଭାଗର ମୁଖ୍ୟ ଇସ୍ତାକୁଲ ଇସଲାମଙ୍କ କହିବାନୁସାରେ ହସ୍ପିଟାଲରେ ପ୍ରାୟ 450 ଜଣ ଆହତ ହୋଇଛନ୍ତି ।
ଘଟଣାସ୍ଥଳରେ ପ୍ରାୟ 19ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆହତଙ୍କୁ ଡାକ୍ତରଖାନାକୁ ନେବାକୁ 6ଟି ଆମ୍ବୁଲାନ୍ସ ମଧ୍ୟ ରହିଥିଲା । ଚିକିତ୍ସିତ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ।












Click it and Unblock the Notifications