Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ

ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ଼ ବିପର୍ଯ୍ୟୟ ପାଲଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି । ତେଲ ଏବଂ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି । ତେଲ ଅଭାବବରୁ ସରକାର ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

Pakistan

ସରିଫ ଏହି ନିଷ୍ପତ୍ତିକୁ କଠୋର ବୋଲି କହିଛନ୍ତି। ସେ କହିଛନ୍ତି ଆମେ ମୂଲ୍ୟ ବୃଦ୍ଧିକୁ ଏଡାଇବାକୁ ଚାହୁଁଛୁ । କାରଣ ଏହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ। ଏକ ଟେଲିଭିଜନ ଭାଷଣରେ ସେ କହିଛନ୍ତି ଏଭଳି ପଦକ୍ଷେପଗୁଡ଼ିକ ଆବଶ୍ୟକ। ସେ ଚେତାବନୀ ଦେଇଛନ୍ତି, ଶକ୍ତି ସଙ୍କଟ ଏବେ ଏକ ନୂଆ ସମସ୍ୟାରେ ପରିଣତ ହୋଇଛି । ପରିସ୍ଥିତିକୁ ଅଧିକ ଖରାପ ହେବାରୁ ରୋକିବା ପାଇଁ ମନ୍ତ୍ରୀମାନେ ଅନେକ ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କ ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସପ୍ତାହରେ କେବଳ ଚାରି ଦିନ କାମ କରିବ। ଅଧା କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲଗୁଡ଼ିକୁ ଦୁଇ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ଦୁଇ ସପ୍ତାହ ପରେ, ଅନଲାଇନ୍‌ରେ କ୍ଲାସ୍ କରାଯିବ।

ଆମ୍ବୁଲାନ୍ସ ବ୍ୟତୀତ ସରକାରୀ ଯାନବାହାନ ପାଇଁ ଇନ୍ଧନ ଭତ୍ତା ଆଗାମୀ ଦୁଇ ମାସ ପାଇଁ ୫୦ ପ୍ରତିଶତ ହ୍ରାସ କରାଯାଇଛି । ବୈଠକରେ ସରକାରୀ କର୍ମଚାରୀଙ୍କ ଦରମା ଦୁଇ ମାସ ପାଇଁ ୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂତନ ଉପକରଣ କ୍ରୟ ବନ୍ଦ କରାଯିବ ଏବଂ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ। ଶାହବାଜ ସରିଫ କହିଛନ୍ତି, କେବଳ ଜାତୀୟ ସ୍ୱାର୍ଥ ପାଇଁ ଅତ୍ୟାବଶ୍ୟକ ଯାତ୍ରାକୁ ଅନୁମତି ଦିଆଯିବ । ଅନଲାଇନ୍ ବୈଠକକୁ ପ୍ରାଥମିକତା ଦିଆଯିବ। ସରକାରୀ ରାତ୍ରୀଭୋଜନ ଏବଂ ଇଫତାର ପାର୍ଟି ଉପରେ ନିଷେଧ କରାଯାଇଛି । ହୋଟେଲ ବଦଳରେ ସରକାରୀ ପରିସରରେ ସେମିନାର ଏବଂ ସମ୍ମିଳନୀ ଅନୁଷ୍ଠିତ ହେବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+