ମୋଦିଙ୍କ ଗସ୍ତ ପୂର୍ବରୁ ଖାଲିସ୍ତାନୀ ଭାଙ୍ଗିଲେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି
ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ଶ୍ରୀ ମାଝୀ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଗସ୍ତ ପରେ ଜି୭ ଶିଖର ସମ୍ମିଳନୀରେ ସାମିଲ ହେବାପାଇଁ ଆସନ୍ତାକାଲି ଅର୍ଥାତ ଜୁନ ୧୩ ତାରିଖରେ ମୋଦୀ ଇଟାଲିଗସ୍ତରେ ଯିବେ ।
ସେଠାରେ ଜୁନ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଜ୭ ଶିଖର ସମ୍ମିଳନୀର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖଳିସ୍ତାନ ସମର୍ଥକ ଇଟାଲିରେ ମହାତ୍ମାଗାନ୍ଧୀଙ୍କ ପ୍ରତିମାକୁ ନଷ୍ଟ କରି ଦେଇଛନ୍ତି । ଏହାର ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଶୁଣିବାକୁ ମିଳୁଛି ଖଲିସ୍ତାନୀ ସମର୍ଥକ ମହାତ୍ମାଗାନ୍ଧୀଙ୍କ ପ୍ରତିମା ଭାଙ୍ଗିବା ପରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ., ଇଟାଲିରେ ୧୩ରୁ ୧୫ ଜୁନ ଯାଏ ଜି୭ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହା ପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ଇଟାଲିରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଛନ୍ତି । ଏପରିକି ସେଠାରେ ସେମାନେ ହରଦୀପ ସିଂ ନିଜ୍ଜରଙ୍କ ସ୍ଲୋଗାନ ମଧ୍ୟ ଲେଖିଛନ୍ତି । ତେବେ ଏହି ମୂର୍ତ୍ତିର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ଜି୭ ଯାତ୍ରା ସମୟରେ କରିବାର କାର୍ଯ୍ୟକ୍ରମ ରହିଥିଲା ।












Click it and Unblock the Notifications