ହିରୋସୀମା ସହରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି:ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ଜାପାନ:ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜାପାନର ହିରୋଶିମାରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥାତ୍ ମେ ୨୦ ତାରିଖ ସକାଳେ ହିରୋଶିମାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିଛନ୍ତି । ଏହି ସମୟରେ ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।
#WATCH | Prime Minister Narendra Modi unveils a bust of Mahatma Gandhi in Hiroshima, Japan.#G7HiroshimaSummit pic.twitter.com/N6lsN5hh66
— ANI (@ANI) May 19, 2023
ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆଜି ବି ହିରୋସିମା 'ଶବ୍ଦ ଶୁଣି ବିଶ୍ୱ ଭୟଭୀତ ହୋଇଯାଉଛି । G7 ଶିଖର ସମ୍ମିଳନୀ ପାଇଁ ଜାପାନ ଗସ୍ତ ସମୟରେ ମହାତ୍ମା ଗାନ୍ଧିଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୁଯୋଗ ପାଇଲି । ତାଙ୍କ ପ୍ରତିମୂର୍ତ୍ତି ଅହିଂସା ଚିନ୍ତାଧାରାକୁ ଅଗ୍ରସର କରିବ । ମହାତ୍ମା ଗାନ୍ଧିଙ୍କ ପାଇଁ ମୋର ଶ୍ରଦ୍ଧାଞ୍ଜଳି ।
#WATCH | Even today, the world gets frightened when they listen to the word 'Hiroshima'. I got the opportunity to unveil a bust of Mahatma Gandhi during my visit to Japan for the G7 Summit. Today, the world is suffering from climate change and terrorism...: Prime Minister… pic.twitter.com/w0czusRmvX
— ANI (@ANI) May 20, 2023

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7ର ସୁନ୍ଦର ଆୟୋଜନ ପାଇଁ ପ୍ରଶଂସା କରିଥିଲେ । ସେ କହିଥିଲେ, G7 ସମ୍ମିଳନୀରେ ଭାରତକୁ ଆମନ୍ତ୍ରଣ କରିଥିବାରୁ ବହୁତ କୃତଜ୍ଞ । ଭାରତ-ଜାପାନ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ମେ'୧୯ ରୁ ୨୧ ପର୍ଯ୍ୟନ୍ତ ହିରୋସିମା ନଗରୀରେ ଆୟୋଜନ କରାଯାଇଥିବା ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ G7 ନେତାମାନେ ସମ୍ପତି ଜାପାନ ଗସ୍ତରେ ଅଛନ୍ତି । ୨୦୨୩ରେ ଜାପାନ 'G7'ର ଅଧ୍ୟକ୍ଷତା ଗ୍ରହଣ କରିଛି ।












Click it and Unblock the Notifications