ଥରିଲା ଦକ୍ଷିଣ ଆମେରିକା; ୭.୮ ତୀବ୍ରତାରେ ଭୂମିକମ୍ପ ଅନୁଭୂତ
ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ୍ ପାସେଜ୍ରେ ଭୂକମ୍ପ। ଶନିବାର ପ୍ରତ୍ୟୁଷରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିଲା ବୋଲି କୁହାଯାଉଛି। ଭୂମିକମ୍ପଟି ଭାରତୀୟ ସମୟ ରାତି ୧:୫୯ ରେ ଅନୁଭୂତ ହୋଇଥିଲା। ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ତଳେ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା।
ଆରବ୍ ନ୍ୟୁଜ୍ ରିପୋର୍ଟ କରିଛି ଯେ, ଭୂମିକମ୍ପର କେନ୍ଦ୍ରସ୍ଥଳ ୬୦.୧୮° ଦକ୍ଷିଣ ଅକ୍ଷାଂଶ ଏବଂ ୬୧.୮୫° ପଶ୍ଚିମ ଦ୍ରାଘିମାରେ ଅବସ୍ଥିତ। ଏହି ଅଞ୍ଚଳ ଦକ୍ଷିଣ ଆମେରିକୀୟ ଏବଂ ଆଣ୍ଟାର୍କଟିକା ଟେକ୍ଟୋନିକ୍ ପ୍ଲେଟ୍ର ସଂଯୋଗସ୍ଥଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (ୟୁଏସଜିଏସ) ଅନୁଯାୟୀ, ଭୂମିକମ୍ପର ଗଭୀରତା ପ୍ରାୟ ୧୦ କିଲୋମିଟର ଥିଲା। ଭୂକମ୍ପ ପରେ ସୁନାମି ପାଇଁ ଲୋକଙ୍କୁ ସତର୍କ କରାଯାଇଥିଲେ ବି ପରେ ଚିନ୍ତାର କୌଣସି କାରଣ ନଥିବା ଜଣାଇଥିଲେ ସାମୁଦ୍ରିକ କର୍ତ୍ତୃପକ୍ଷ।

ଏହା ପୂର୍ବରୁ ଶୁକ୍ରବାର ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାକୁ ନଜରରେ ରଖି କର୍ତ୍ତୃପକ୍ଷ ସୁନାମି ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଏବଂ ପୁଣି ଥରେ ଭୂକମ୍ପ ହୋଇପାରେ ବୋଲି ସତର୍କ କରାଇଥିଲେ। ୟୁରୋପିଆନ୍ ମେଡିଟେରାନିଆନ୍ ସେସ୍ମୋଲୋଜିକାଲ ସେଣ୍ଟର(ଇଏମଏସସି) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨କିଲୋମିଟର ଗଭୀରରେ ଥିଲା।












Click it and Unblock the Notifications