ଭୂମିକମ୍ପରେ ଥରିଲା ଫିଲିପାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା୬.୪

ଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ) ଅନୁଯାୟୀ, ବୁଧବାର ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ଭୂମକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି । ପ୍ରାରମ୍ଭରେ ଏହି ଭୂମିକମ୍ପର ତୀବ୍ରତା ୬.୭ ବୋଲି ରିପୋର୍ଟ କରାଯାଇଥିଲା, କିନ୍ତୁ ପରେ ଏହାକୁ ୬୦୪ ମାପ କରାଯାଇଥିଲା ।

earthquaqe

ଭୂମିକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଦ୍ୱୀପର ସାଣ୍ଟିଆଗୋ ସହରରୁ ପ୍ରାୟ ୨୭ କିଲୋମିଟର ପୂର୍ବରେ ସମୁଦ୍ର ମଧ୍ୟରେ ଥିଲା । ଏହା ପ୍ରାୟ ୫୮.୫ କିଲୋମିଟର ଗଭୀରତାରେ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ । ଏହା ପୂର୍ବରୁ ସମ୍ପ୍ରତି କେନ୍ଦ୍ରୀୟ ଫିଲିପାଇନ୍ସର ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୭୨,୦୦୦ ଘର କ୍ଷତିଗ୍ରସ୍ତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+