ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ,ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୧
ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ। ଜାପାନର ହୋକାଇଡୋ ଉପକୂଳରେ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ମାପ କରାଯାଇଥିଲା। ଜାପାନ ପାଣିପାଗ ସଂସ୍ଥା (JMA) ଭୂମିକମ୍ପକୁ ନିଶ୍ଚିତ କରି କହିଛି ଯେ ଗୁରୁବାର (ଜୁନ୍ ୧୯) ଜାପାନର ହୋକାଇଡୋ ଅଞ୍ଚଳର ନେମୁରୋ ଉପଦ୍ୱୀପର ଦକ୍ଷିଣ-ପୂର୍ବ ଉପକୂଳରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୪୨.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୬.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଚିହ୍ନଟ କରାଯାଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ। ଭୂମିକମ୍ପର ଶକ୍ତିଶାଳୀ ଭୂମିକମ୍ପ ସେହି ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
ଜାପାନ ପାଣିପାଗ ସଂସ୍ଥା (JMA) ଭୂମିକମ୍ପକୁ ନିଶ୍ଚିତ କରି କହିଛି ଯେ, ଗୁରୁବାର (ଜୁନ୍ ୧୯) ଜାପାନର ହୋକାଇଡୋ ଅଞ୍ଚଳର ନେମୁରୋ ଉପଦ୍ୱୀପର ଦକ୍ଷିଣ-ପୂର୍ବ ଉପକୂଳରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ୪୨.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୬.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଚିହ୍ନଟ କରାଯାଇଛି । ଜାପାନ ସରକାର ଏବଂ ଭୂମିକମ୍ପ ବୈଜ୍ଞାନିକମାନେ ସୁନାମି ନେଇ ସତର୍କତା ଜାରି କରିଛନ୍ତି । ଯେକୌଣସି ପ୍ରକାରର ବିପର୍ଯ୍ୟୟର ମୁକାବିଲା ପାଇଁ ଲୋକଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାରମ୍ଭିକ ଯାଞ୍ଚରୁ କୗଣସି ପ୍ରକାର କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ ।

ଜାପାନ ପ୍ରଶାନ୍ତ ମହାସାଗରର 'ରିଙ୍ଗ ଅଫ ଫାୟର'ରେ ରହିଛି । ଏହା ଦୁନିଆର ସବୁଠାରୁ ଭୂକମ୍ପ ପ୍ରଭାବିତ ଅଞ୍ଚଳ । ପ୍ରତିବର୍ଷ ଛୋଟ ବଡ ହୋଇ ହଜାର ହଜାର ଭୂକମ୍ପ ଏଠାରେ ଆସିଥିାଏ । ୨୦୧୧ରେ ୯.୦ ତୀବ୍ରତା ଭୂକମ୍ପ ଯୋଗୁଁ ପାଖାପାଖି ୨୦ ହଜାର ଲୋକଙ୍କ ଜୀବନ ଚାଲିଯାଇଥିଲା ।












Click it and Unblock the Notifications