ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରଥମ ଥର ଲାଗି ମୁହଁ ଖୋଲିଲେ ଫ୍ରାନ୍ସ ରାଷ୍ଟ୍ରପତି
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ୟୁକ୍ରେନକୁ ଋଷ ସହିତ ବୁଝାମଣା କରିବା ପାଇଁ ବିଭିନ୍ନ ପଦକ୍ଷେପ ନବାର ଆବଶ୍ୟକତା ରହିଛି। ଏହି ବୁଝାମଣାର ଏକ ଅଂଶ ଭାବେ ୟୁକ୍ରେନକୁ ଋଷିଆ ପ୍ରତି ଆଞ୍ଚଳିକ ପ୍ରସଙ୍ଗରେ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଫ୍ରାନ୍ସର ରାଷ୍ଟ୍ରଦୂତ ମାନଙ୍କୁ ନେଇ ହେଉଥିବା ବାର୍ଷିକ ସମ୍ମିଳନୀରେ ଯୋଗଦେଇ ମାକ୍ରନ୍ ପ୍ରଥମ ଥର ପାଇଁ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମନ୍ତବ୍ୟ ରଖିଛନ୍ତି। ଋଷିଆ ଦ୍ୱାର ଅଧିକୃତ ଅଞ୍ଚଳ ସମ୍ପର୍କରେ କିଭ୍ ନିଜର ସ୍ପଷ୍ଟ ମତ୍ତ ରଖୁ ବୋଲି ସେ ନିଜ ମନ୍ତବ୍ୟରେ କହିଛନ୍ତି।
ସୁଚନା ମୁତାବକ, ୨୦୧୪ରେ ଋଷିଆ କ୍ରିମିଆକୁ ନିଜ ଦଖଲକୁ ନେଇଥିଲା। ୨୦୨୨ ମସିହା ଫ୍ରେବୃୟାରି ମାସରେ ଋଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧରେ ଋଷିଆ ୟୁକ୍ରେନର ଡୋନବାସର ପୂର୍ବାଞ୍ଚଳକୁ ସଂପୂର୍ଣ୍ଣ ଦଖଲ କରିଥଲା। ଏହି ଯୁଦ୍ଧରେ ଆମେରିକା ଋଷିଆକୁ ବୁଝାମଣା କରିବା ପାଇଁ ବୁଝାଇବା ଦରକାର ବୋଲି ମାକ୍ରନ୍ କହିଛନ୍ତି।

ଏହି ବୁଝାମଣା ପାଇଁ ୟୁକ୍ରେନକୁ ତାର ମିତ୍ର ରାଷ୍ଟ୍ରମାନେ ସହଯୋଗ କରିବାର ଆବଶ୍ୟକତା ରହିଛି। ଉଭୟ ୟୁକ୍ରେନ ଓ ୟୁରୋପ ବୁଝାମଣା ପାଇଁ ଋଷିଆ ସହ ଆଲୋଚନା କରିବା ଦରକାର। ନଚେତ ୟୁରୋପରେ ଏହିପରି ଅସ୍ଥିରତା ଲାଗି ରହିବ ବୋଲି ମାକ୍ରନ ନିଜ ଭାଷଣରେ କହିଛନ୍ତି। ମାକ୍ରନ୍ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ଋଷ ଓ ୟୁକ୍ରେନ ଯୁଦ୍ଧ ଉପରେ ନିଜ ମନ୍ତବ୍ୟ ରଖିଛନ୍ତି। ତେବେ ତାଙ୍କର ଏହି ଘୋଷଣାରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ସେ କୌଣସି ନିର୍ଦ୍ଦିଷ୍ଟ ନୂତନ ପ୍ରତିଶ୍ରୁତି ଦେଇନାହାଁନ୍ତି।












Click it and Unblock the Notifications