ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ କଟକଣା ଲଗାଇବାକୁ ଆହ୍ୱାନ କଲେ ଫ୍ରାନ୍ସ ରାଷ୍ଟ୍ରପତି
ଲେବାନନ୍ ଉପରେ ଇସ୍ରାଏଲ ପକ୍ଷରୁ ର୍ଜୋସୋ ର୍ସାରେ ଆକାଶମାର୍ଗରୁ ଆକ୍ରମଣ କରାଯାଇଛି । ଉତ୍ତର ଲେବାନନ୍ ନ୍ରେ ଥିବା ପାଲେଷ୍ଟାଇନ୍ ଶରଣାର୍ଥୀ ଶିବିର ଉପରେ ବୋମାମାଡ଼ କରାଯାଇଛି । ପ୍ରଥମଥର ପାଇଁ ହିଜ୍ବୁଲ୍ଲା ଓ ହମାସ୍ ଆଡ୍ଡା ସ୍ତଳୀକୁ ଲକ୍ଷ୍ୟକରି ଉତ୍ତର ଲେବାନନ୍ରେ ଏହି ବୋମାମାଡ଼ କରାଯାଇଥିବା ଜଣାପଡିଛି ।
ସେହି ଅଞ୍ଚଳରୁ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ସମେତ ଲେବାନନ୍ର ହଜାର ହଜାର ଲୋକ ଅନ୍ୟତ୍ର ପଳାଇ ଯାଉଥିବା ଦେଖିବାକୁ ମିଳୁଛି । ଗଣମାଧ୍ୟମ ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଇସ୍ରାଏଲ ଆକ୍ରମଣରେ ମୃତ ହେଜ୍ବୋଲା ନେତା ସୟିଦ ହାସନ ନସରୁଲ୍ଲାଙ୍କ କଥିତ ଉତ୍ତରାଧିକାରୀଙ୍କର ହସିନ ସାଫିଦିନ୍ଙ୍କର କୌଣସି ପତ୍ତା ମିଳୁନାହିଁ । ଇସ୍ରାଏଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ଆଉ ଏହାରି ମମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ କଟକଣା ଲଗାଇବାକୁ ଆହ୍ୱାନ କରିଛନ୍ତି । ମାକ୍ରନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଲେବନାନ୍କୁ ସୈନ୍ୟ ପଠାଇବା ନିଷ୍ପତ୍ତିରେ ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇରାନ ବିପକ୍ଷ ଲଢ଼େଇରେ ଇସ୍ରାଏଲକୁ ସହଯୋଗ ନକରୁଥିବାରୁ ସେ ରାଷ୍ଟ୍ରପତି ମାକ୍ରନଙ୍କୁ ସମାଲୋଚନା କରିଛନ୍ତି ।
ଇତିମଧ୍ୟରେ ଗାଜାରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରଣ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ଗ୍ୟାଲି କରାଯାଇଥିବା ଦେଖାଯାଉଛି । ପାଲେଷ୍ଟାଇନ ସପକ୍ଷବାଦୀ ୪୦ ହଜାର ବିକ୍ଷୋଭକାରୀ କେନ୍ଦ୍ରୀୟ ଲଣ୍ଡନରେ ପଦଯାତ୍ରା କରିଛନ୍ତି । ସେହିଭଳି ପ୍ୟାରିସ୍, ରୋମ୍, ମନିଲା, କେପ୍ଟାଇନ୍ ଓ ନ୍ୟୁୟର୍କରେ ମଧ୍ୟ ଅନୁରୂପ ଶୋଭାଯାତ୍ରା ଦେଖିବାକୁ ମିଳିଛି । ୱାଶିଂଟନ୍ ହ୍ୱାଇଟ୍ ହାଉସ୍ ନିକଟରେ ଇସ୍ରାଏଲ ସପକ୍ଷରେ ର୍ୟାଲି ଅନୁଷ୍ଠିତ ହୋଇଛି ।












Click it and Unblock the Notifications