Get Updates
Get notified of breaking news, exclusive insights, and must-see stories!

ଲେ‍ଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମ ମଲିକ ହେଲେ ISI ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ର ନୂତନ ମହାନିର୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମ ମଲିକ । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ ନିଯୁକ୍ତ କରିଛନ୍ତି । ୨୦୨୧ ପରେ ପ୍ରଥମଥର ପାଇଁ ଆଇଏସଆଇ ମୁଖିଆ ପଦରେ ଏପରି ପରିବର୍ତ୍ତନ ହୋଇଛି। ସ୍ଥାନୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ତେବେ ପାକିସ୍ତାନ ସେନା ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।

ଆଇଏସଆଇ ରାଜନୀତିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ଆଇଏସଆଇର ଜଣେ ପୂର୍ବତନ ମୁଖ୍ୟ ଜେଲରେ ଥିବା ଇମ୍ରାନ ଖାନଙ୍କୁ ସମର୍ଥନ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ଏହାର ଜବାବରେ ଇମ୍ରାନ ଖାନଙ୍କ କହିବା କଥା ଯେ ବର୍ତ୍ତମାନର ଆଇଏସଆଇ ମୁଖ୍ୟ ନବୀଦ ଅଞ୍ଜୁମ ତାଙ୍କ ବିରୋଧରେ କାର୍ଯ୍ୟ କରୁଥିଲେ। ଲେଫ୍ଟନାଣ୍ଟ ଜେନେରାଲ୍ ମଲିକ୍ ବାଲୁଚିସ୍ତାନରେ ଇନଫେଣ୍ଟ୍ରି ଡିଭିଜନ ଏବଂ ୱାଜିରିସ୍ତାନରେ ଇନଫେଣ୍ଟ୍ରି ବ୍ରିଗେଡର ଦାୟିତ୍ବ ସମ୍ଭାଳିଛନ୍ତି।

Lt Gen Muhammad Asim Malik

ସେ ତାଙ୍କ ପାଠ୍ୟକ୍ରମରେ ସୋର୍ଡ ଅଫ୍ ଅନର୍ ମଧ୍ୟ ପାଇଛନ୍ତି । ମଲିକ ନ୍ୟାସନାଲ ଡିଫେନ୍ସ ୟୁନିଭରସିଟି (NDU) ର ମୁଖ୍ୟ ପ୍ରଶିକ୍ଷକ ତଥା କ୍ୱେଟାର କମାଣ୍ଡ ଆଣ୍ଡ ଷ୍ଟାଫ୍ କଲେଜରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଫୋର୍ଟ ଲିଭେନଓ୍ବର୍ଥ ଏବଂ ରୟାଲ୍ କଲେଜ୍ ଅଫ୍ ଡିଫେନ୍ସ ଷ୍ଟଡିଜରେ ସ୍ନାତକ ହାସଲ କରିଛନ୍ତି । ବର୍ଷ ବର୍ଷ ଧରି ସେନାରେ ବିଭିନ୍ନ ନେତୃତ୍ୱ ଭୂମିକା ଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+