ପାକିସ୍ତାନରେ ଭୟଙ୍କର ଅଗ୍ନିକାଣ୍ତ:୬ ମୃତ, ୩୧ରୁ ଅଧିକ ଆହତ
Pakistan LPG Blast:ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନର ହମିଦପୁର କନୋରା ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ । ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ବୋଝେଇ ଟ୍ୟାଙ୍କର ବିସ୍ଫୋରଣରେ ଜଣେ ନାବାଳିକା ସମେତ ଅନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଛି ସେହିପରି ୩୧ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ସୋମବାର ଦିନ ଏକ ବାଣିଜ୍ୟିକ ଇଷ୍ଟେଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଏଲପିଜି ଟ୍ୟାଙ୍କରରେ ଏହି ବିସ୍ଫୋରଣ ଯୋଗୁଁ ନିଆଁ ବ୍ୟାପିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କ୍ଷତିଗ୍ରସ୍ତ ଗାଡ଼ିର ଭଗ୍ନାବଶେଷ ନିକଟସ୍ଥ ଆବାସିକ ଅଞ୍ଚଳରେ ପଡ଼ିଥିଲା, ଯାହା ଫଳରେ ଆଖପାଖ ଅଞ୍ଚଳଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ଉଦ୍ୟମ ଆରମ୍ଭ କରାଯାଇଥିଲା । କିନ୍ତୁ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ରିଲିଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ମୁଲତାନର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।












Click it and Unblock the Notifications