ଦୂର ହେବ ଏଲପିଜି ସଙ୍କଟ,ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍ ଗ୍ୟାସ,
ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ପତାକା ବିଶିଷ୍ଟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏଲପିଜି କ୍ୟାରିଅର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଜାହାଜଟି ହର୍ମୁଜରୁ ସୁରକ୍ଷିତ ଭାବରେ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ ୪୫,୦୦୦ ମେଟ୍ରିକ୍ ଟନରୁ ଅଧିକ ଏଲପିଜି ରହିଛି । ଏହା ମଧରୁ ମୁନ୍ଦ୍ରା ବନ୍ଦରରେ ଶିବାଲିକ ଜାହାଜରୁ ଏଲପିଜି ଗ୍ୟାସ୍ ଅନଲୋଡ କରାଯିବ । ଏହା ଦେଶରେ ଜାରି ରହିଥିବା ଏଲପିଜି ଯୋଗାଣ ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ ।
ଇରାନ-ଇସ୍ରାଏଲ ବିବାଦ ଯୋଗୁଁ, ହର୍ମୁଜରେ ଅନେକ ଜାହାଜ ଫସି ରହିଥିଲା । ଭାରତ ସରକାରଙ୍କ ନିରନ୍ତର କୂଟନୈତିକ ପ୍ରୟାସ ପରେ, ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ଯିବାକୁ ଅନୁମତି ମିଳିଥଲା । ଏହି ଜାହାଜଗୁଡ଼ିକ ମଧ୍ୟରୁ ପ୍ରଥମ ଶିବାଲିକ୍ ଏବେ ମୁନ୍ଦ୍ରା ବନ୍ଦରରେ ଅପରାହ୍ନ ୫ଟାରେ ପହଞ୍ଚିଛି । ଏଥିରେ ୪୬ ହଜାର ମାଟ୍ରିକ ଟନର ଏଲପିଜି ରହିଛି । ଦ୍ୱିତୀୟ ଜାହାଜ ନନ୍ଦା ଦେବୀ ମାର୍ଚ୍ଚ ୧୭ ତାରିଖରେ କାଣ୍ଡଲା ବନ୍ଦରରେ ପହଞ୍ଚିବ।

ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୋଟିଏ ଜାହାଜ ପହଞ୍ଚିଛି । ହରମୁଜ୍ ପ୍ରଣାଳୀର ପଶ୍ଚିମରେ ଅବସ୍ଥିତ ପାରସିଆନ୍ ଉପସାଗରରେ ୨୪ଟି ଭାରତୀୟ ପତାକା ଜାହାଜ ଥିଲା । ଏଥିମଧ୍ୟରୁ ଦୁଇଟି ଜାହାଜ - ଶିବାଲିକ୍ ଏବଂ ନନ୍ଦା ଦେବୀ ଏଲପିଜି ବାହକ । ଏହି ଜାହାଜ ଗୁଡ଼ିକ ପ୍ରାୟ ୯୨, ୭୦୦ ମେଟ୍ରିକ୍ ଟନ୍ ଏଲପିଜି ବହନ କରୁଛନ୍ତି ।
-
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା











Click it and Unblock the Notifications