ଆମେରିକାରେ ଲସ୍ ଏଞ୍ଜେଲେସ୍‌ ହିଂସା ଅଣାୟତ୍ତ: ନ୍ୟାସନାଲ ଗାର୍ଡ ପଠାଇଲେ ରାଷ୍ଟ୍ରପତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇମିଗ୍ରେସନ ପ୍ରବର୍ତ୍ତନ ନୀତି ବିରୋଧରେ ଲସ୍‌ ଏଞ୍ଜେଲେସ୍‌ରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଭୟାନକ ରୂପ ନେଇଛି ଏବଂ ଗୃହଯୁଦ୍ଧ ଭଳି ସ୍ଥିତି ଦେଖିବାକୁ ମିଳିଛି। ସହରରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ସୋମବାର ଆମେରିକା ସେନା ପ୍ରାୟ ୭୦୦ ନୌସୈନିକଙ୍କୁ ଲସ୍ ଏଞ୍ଜେଲେସ୍‌ରେ ଅସ୍ଥାୟୀ ଭାବେ ମୁତୟନ କରିଛି। ସେମାନେ ପୂର୍ବରୁ ସ୍ଥଳଭାଗରେ ଥିବା ନ୍ୟାସନାଲ ଗାର୍ଡ ଫୋର୍ସକୁ ସମର୍ଥନ କରିବେ। ଏହା ସହ ଟ୍ରମ୍ପ ପ୍ରଶାସନ ଅତିରିକ୍ତ ୨,୦୦୦ ନ୍ୟାସନାଲ ଗାର୍ଡ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେବା ପରେ ସପ୍ତାହର ମଧ୍ୟଭାଗ ସୁଦ୍ଧା ନ୍ୟାସନାଲ ଗାର୍ଡ ସଦସ୍ୟଙ୍କ ସଂଖ୍ୟା ୪,୦୦୦ ଟପିଯିବ ବୋଲି ଆଶା କରାଯାଉଛି। କିନ୍ତୁ ପେଣ୍ଟାଗନ ଏପର୍ଯ୍ୟନ୍ତ ବିଦ୍ରୋହ ଆଇନ ଲାଗୁ କରିନାହିଁ, ଯାହା ବିଦ୍ରୋହ ଦମନ ପାଇଁ ସିଧାସଳଖ ସାମରିକ ସମ୍ପୃକ୍ତିକୁ ଅନୁମତି ଦିଏ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଆପ୍ରବାସନ ନୀତିକୁ ବିରୋଧ କରି ଆଜି ବ୍ୟାପକ ହିଂସା ଓ ଲୁଟ୍‌ପାଟ ହୋଇଥିବା ଦେଖିବାକୁ ମିଳିଛି। ହଜାର ହଜାର ଦଙ୍ଗାକାରୀ ସରକାରୀ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି।

Los Angeles violence

ଅତିରିକ୍ତ ୨,୦୦୦ ନ୍ୟାସନାଲ ଗାର୍ଡ ସୈନ୍ୟଙ୍କୁ ଲସ୍ ଏଞ୍ଜେଲେସ୍‌ ପଠାଇବାକୁ ଟ୍ରମ୍ପଙ୍କ ନିଷ୍ପତ୍ତି ପରେ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସୋମ ଦାବି କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୦୦ ସୈନିକ ମୁତୟନ ହୋଇଥିବା ବେଳେ ଅନ୍ୟମାନେ ବିନା ନିର୍ଦ୍ଦେଶରେ ଫେଡେରାଲ ବିଲ୍ଡିଂରେ ବସିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ପ୍ରଥମେ ୨,୦୦୦ ମୁତୟନ କରାଗଲା। ତା'ପରେ ପୁଣି ଆଉ ୨୦୦ ପାଇଁ ନିର୍ଦ୍ଦେଶ। ଖାଦ୍ୟ କିମ୍ବା ପାଣି ମିଳୁନାହିଁ। ଏହା ଜନସାଧାରଣଙ୍କ ସୁରକ୍ଷା ପାଇଁ ନୁହେଁ। ଏହା ରାଷ୍ଟ୍ରପତିଙ୍କ ଅହଂକାରକୁ ପ୍ରଦର୍ଶନ କରୁଛି। ଏହା ବେପରୁଆ ଓ ଅର୍ଥହୀନ ଏବଂ ଆମ ସୈନ୍ୟଙ୍କ ପ୍ରତି ଅସମ୍ମାନ। ଏହି ବାହିନୀର ଆଗମନକୁ ରାଜ୍ୟ ନେତାମାନେ ତୀବ୍ର ବିରୋଧ କରିଛନ୍ତି। ନ୍ୟାସନାଲ ଗାର୍ଡ ଆମେରିକାର ଫେଡେରାଲ ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ନିୟନ୍ତ୍ରିତ ହୋଇଥାଏ।
କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ରବ୍ ବୋଣ୍ଟା ଘୋଷଣା କରିଛନ୍ତି ଯେ ରାଜ୍ୟ ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ରୁଜୁ କରିଛି ଏବଂ ସବୁସ୍ତରରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଉଛି। ଟ୍ରମ୍ପଙ୍କ ନିଷ୍ପତ୍ତି 'କ୍ଷମତାର ବେଆଇନ ଅପବ୍ୟବହାର' ଏବଂ ଏହା ରାଜ୍ୟର ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରୁଛି ବୋଲି ସେ କହିଛନ୍ତି। ବୋଣ୍ଟା କହିଛନ୍ତି, ରାଷ୍ଟ୍ରପତି ବେଆଇନ ଭାବେ କାଲିଫର୍ଣ୍ଣିଆ ନ୍ୟାସନାଲ ଗାର୍ଡ ସୈନ୍ୟଙ୍କୁ ମୁତୟନ କରିବା କଥାକୁ ଆମେ ହାଲୁକା ଭାବେ ନେଉନାହୁଁ। ତେବେ ରାଷ୍ଟ୍ରପତି ଟ୍ରମ୍ପ ଏହି ପଦକ୍ଷେପକୁ ସମର୍ଥନ କରି କହିଛନ୍ତି, ଯଦି ଆମେ ଗାର୍ଡ ପଠାଇ ନ ଥାନ୍ତୁ ତେବେ ଏହି ସହର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାନ୍ତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+