ପ୍ରବଳ ବର୍ଷା ପରେ ବନ୍ୟାରେ ବେହାଲ ହୋଇଛି ପାକିସ୍ତାନ,ଗଲାଣି ୩୦୦ରୁ ଅଧିକ ଜୀବନ
ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତିରେ ବେହାଲ ହୋଇଛି ପଡୋଶୀ ପାକିସ୍ତାନ । ଉତ୍ତର ପାକିସ୍ତାନରେ ବନ୍ୟାର ତାଣ୍ଡବରେ ହାହାକାର ଖେଳିଯାଇଛି । କ୍ଷୟକ୍ଷତି ଯେତିକି ହୋଇଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢୁଛି । ଅଗଷ୍ଟ ୧୫ ଠାରୁ ପାକିସ୍ତାନରେ ଲଗାଣ ବର୍ଷା କାଳ ସାଜିଛି । ବାଦଲ ଫଟା ବର୍ଷା କାରଣରୁ ପାକିସ୍ତାନରେ ବି ଧରାଲି ପରି ପରିସ୍ଥିତି ଉପୁଜିଛି ।
ତେବେ ବନ୍ୟାରେ ସବୁଠୁ ଅଧିକ ଖାଇବର ପଖତୁନଖ୍ବା ପ୍ରଭାବିତ ହୋଇଥିବା ବେଳେ ଇତିମଧ୍ଯରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ଯା ୩୧୪ରେ ପହଞ୍ଚିଛି ଏବଂ ୧୫୬ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକେ ପ୍ରକୃତି ପ୍ରଳକୁ ଆଖିରେ ଦେଖି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେମାନେ ବଖାଣିଛନ୍ତି ଭୟଙ୍କର ଅନୁଭୂତି ।

କେମିତି ହଠାତ୍ କାଦୁଅ ମିଶା ପାଣି ମାଡିଆସିଲା ଆଉ ଜନଜୀବନ ଉପରେ ମାଡିଗଲା ତାର ଲୋମଟାଙ୍କୁରା ଚିତ୍ର ବଖାଣିଛନ୍ତି ଲୋକେ । ପାଣିର ପ୍ରଖର ସୁଅ ଗାଁ ଆଡକୁ ମାଡିଗଲା । ପାଣିରେ ବଡ ବଡ ପଥର ବି ଭାସି ଆସିଥିଲା ଆଉ ସେହି ପଥର ପାଡରେ ଘର ଦ୍ବାର ସବୁ ଭାଙ୍ଗି ରୁଜି ଚୁନା ହୋଇଗଲା । ଗୋଟେ ଗୋଟେ ଗାଁ କାଦୁଅ ପାଣିର ଆଁରେ ଫସିଗଲେ । ଘରେ ଘରେ ମାଟି ମିଶା ବନ୍ୟା ପାଣି ପଶିଯାଇଛି । ପୂରା ଅଞ୍ଚଳ ପାହାଡି ପଥର ତଳେ ଚାପି ହୋଇ ପଡିଛି । ବଡ ବଡ ମେସିନରେ ଉଦ୍ଧାର କାମ ଚାଲିଛି । କିଛି ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଛନ୍ତି । ପଥର ତଳେ, ମାଟି ତଳେ ଅନେକ ଜୀବନ ଚାପି ହୋଇ ରହିଛି । ଉଦ୍ଧାରକାମ ଜୋରଦାର ଚାଲିଛି ।












Click it and Unblock the Notifications