ଟ୍ରସ ପାଇବେ ଆଜୀବନ ବାର୍ଷିକ 1 କୋଟି ଲେଖାଏ ଭତ୍ତା
ବ୍ରିଟେନର ପ୍ରଧାନମନ୍ତ୍ରୀ ଗୁରୁବାର ନିଜ ପଦ ଛାଡିଛନ୍ତି । ଟିକସ ହ୍ରାସ ଓ ଆର୍ଥିକ ନୀତିକୁ ନେଇ ଚାପରେ ଥିଲେ ଟ୍ରସ। ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ମାତ୍ର 45 ଦିନ କାମ କରିଛନ୍ତି।
ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟିକସ ହ୍ରାସ ଓ ଆର୍ଥିକ ନୀତିକୁ ନେଇ ଚାପରେ ଥିଲେ ଟ୍ରସ। ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ମାତ୍ର 45 ଦିନ କାମ କରିଛନ୍ତି। ଏଥିସହ ବ୍ରିଟେନ ଇତିହାସରେ ଲିଜ୍ ଟ୍ରସ ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ସବୁଠାରୁ କମ ସମୟ ଶାସନ ଗାଦିରେ ବସିବାର ବିରଳ ରେକର୍ଡ କରିଛନ୍ତି।

ମାତ୍ର 45 ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଲିଜ୍ । କିନ୍ତୁ ତାଙ୍କୁ ସାରା ଜୀବନ ରାଜକୋଷରୁ ବାର୍ଷିକ 1 କୋଟି ରୁ ଅଧିକ ଟଙ୍କା ଭତ୍ତା ଆକାରରେ ମିଳିବ । ନିୟମ ଅନୁସାରେ, ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିବା ସଦସ୍ୟଙ୍କୁ ବର୍ଷକୁ 115,000 ପାଉଣ୍ତ ମିଳଥାଏ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି 1,06,36,463 ଟଙ୍କା।
ରିପୋର୍ଟ ଅନୁସାରେ, ପିଡିସିଏ ଜରିଆରେ କଞ୍ଜରଭେଟିଭ ଦଳର ନେତ୍ରୀ ଟ୍ରସ ନିଜର ଭତ୍ତା ମାଗି ପାରିବେ । ସର୍ବସାଧାରଣ ଜୀବନରେ ସକ୍ରିୟ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ବ୍ରିଟେନ ପିଡିସିଏ ବ୍ୟବସ୍ଥା ପ୍ରଣୟନ କରାଯାଇଛି। ଏହି ଭତ୍ତା ବ୍ୟବସ୍ଥା 1990 ରେ ମାରଗାରେଟ ଥାଚେରଙ୍କ ଇସ୍ତଫା ପରେ ଲାଗୁ ହୋଇଥିଲା। ତାଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଜନ ମେଜର 1991 ମାର୍ଚ୍ଚ ମାସରେ ଏହି ବ୍ୟବସ୍ଥା ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଗୁ କରିଥିଲେ। ଏହି ଯୋଜନା ଲାଗୁ ପରେ ଅତୀତରେ ପ୍ରଧାନମନ୍ତ୍ରୀ ନିୟମ ଜରିଆରେ କୋଟି କୋଟି ଟଙ୍କା ନେଇଛନ୍ତି ।
ବର୍ତ୍ତମାନ ଏହି ତାଲିକାରେ ସାମିଲ ହେଲେ ଟ୍ରସ୍ । ବର୍ତ୍ତମାନ 6 ଜଣ ପ୍ରଧାନମନ୍ତ୍ରୀ ଭତ୍ତା ପାଇଁ ଦାବିଦାର ଥିଲେ । ଏବେ ଟ୍ରସ 7ମ ସଦସ୍ୟ ଭାବେ ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ଏହାର ଅର୍ଥ ଟିକସ ଦାତାମାନେ ଅର୍ଥ ଟିକସ ପାଇଁ 8,00,000 ପାଉଣ୍ଡ ବର୍ଷକୁ ଦେବେ । ବର୍ତ୍ତମାନ ବ୍ରିଟେନ ଆର୍ଥିକ ସଙ୍କଟ ଦେଇ ଗତିକରୁଛି ।












Click it and Unblock the Notifications