Get Updates
Get notified of breaking news, exclusive insights, and must-see stories!

କାହିଁକି ଲିଜ ଟ୍ରସ୍ ଦେଲେ ଇସ୍ତଫା, ପଢନ୍ତୁ

ନିଜ ପଦରୁ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଲିଜ୍ ଟ୍ରସ୍ ବ୍ରିଟେନର ସବୁଠାରୁ କମ ସେବା କରୁଥିବା ପ୍ରଧାନମନ୍ତ୍ରୀ ଭାବରେ ଗଣା ହେବେ।

ଲଣ୍ଡନ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନର ସବୁଠାରୁ କମ ସମୟ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ନାମ ଇତିହାସରେ ରହିବ । ମାତ୍ର 45 ଦିନ କାର୍ଯ୍ୟ କରିବା ପରେ ଲିଜ୍ ଇସ୍ତଫା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର 6 ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ଆଜି ଅର୍ଥାତ ଅକ୍ଟୋବର 20, 2022 ରେ ଇସ୍ତଫା ଦେଲେ ।

liz
ଏହାପୂର୍ବରୁ ଜର୍ଜ କ୍ୟାନିଂଙ୍କ କାର୍ଯ୍ୟକାଳ 121 ଦିନ ଥିଲା । ଫ୍ରେଡରିକ୍ ଜନ୍ ରବିନ୍ସନ୍, ଭିସ୍କାଉଣ୍ଟ ଗୋଡେରିଚଙ୍କ କାର୍ଯ୍ୟକାଳ ରହିଥିଲା ମାତ୍ର 144 ଦିନ । ବୋନାର ଆଇନ: 210 ଦିନ କାର୍ଯ୍ୟ କରିବା ପରେ ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିଲେ। ୱିଲିୟମ୍ କ୍ୟାଭେଣ୍ଡିସ୍, ଡେଭନଶାୟାରର ଚତୁର୍ଥ ଡ୍ୟୁକ୍ 236 ଦିନ କାମ କରିବା ପରେ ପଦ ଛାଡିଥିଲେ । ୱିଲିୟମ୍ ପେଟି, ଶେଲବର୍ନର ଦ୍ୱିତୀୟ ଆର୍ଲ: 267 ଦିନ କାର୍ଯ୍ୟ କରିଛନ୍ତି ।

ଇସ୍ତଫାର କାରଣ
ସୂଚନା ଅନୁସାରେ, କଞ୍ଜରଭେଟିଭ ଦଳ ଆସନ୍ତା ସପ୍ତାହେ ଭିତରେ ନୂଆ ପ୍ରଧାନମନ୍ତ୍ରୀ ଚୟନ କରିବେ । ଜୁଲାଇ ମାସରେ ବୋରିସ ଜନସନଙ୍କ ଇସ୍ତଫା ପରେ ଲିଜ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ । ନିର୍ବାଚନ ପ୍ରଚାର ସମୟରେ ଲିଜ୍ ଟ୍ରସ ଟିକସ ହ୍ରାସ କରିବା ନେଇ ଦାବି କରିଥିଲେ । କିନ୍ତୁ ନିକଟରେ ସଂସଦରେ ଲିଜ ଟ୍ରସ ଆଣିଥିବା ମିନି ବଜେଟରେ ଟିକସ କମିବା ପରିବର୍ତ୍ତେ ବୃଦ୍ଧି ନେଇ ପଦକ୍ଷେପ ନେଇଥିଲେ । ଯାହାକୁ ନେଇ ଦେଖାଦେଇଥିଲା ଦଳରେ ଅସନ୍ତୋଷ। ଫଳ ସ୍ବରୂପ ଲିଜ୍ ଟ୍ରସ ନିଜ 45 ଦିନର କାର୍ଯ୍ୟକାଳ ଭିତରେ ଆଜି ଇସ୍ତଫା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+