ପ୍ରକାଶ ପାଇଲା ପରମାଣୁ ଅସ୍ତ୍ର ଥିବା ଦେଶ ତାଲିକା ; ୯ ଟି ଦେଶ ପାଖରେ ୧୨ ହଜାର ଅସ୍ତ୍ର, ଜାଣନ୍ତୁ ଭାରତ ପାଖରେ ରହିଛି କେତେ

ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଥିବା ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ତେହରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ସମୟରେ ଏସ୍‌ଆଇପିଆରଆଇ ତରଫରୁ ଏହି ରିପୋର୍ଟ ଜାରି କରାଯାଇଛି। ସେହିପରି ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏହି ରିପୋର୍ଟକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପରିଗଣିତ କରାଯାଉଛି।

nuclear weapons

ଏସ୍‌ଆଇପିଆରଆଇ ରିପୋର୍ଟ ଅନୁଯାୟୀ ପରମାଣୁ ଅସ୍ତ୍ର ହାସଲ କରିବାକୁ ବିଶ୍ବର ବିଭିନ୍ନ ଦେଶଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି ଫଳରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ନିକଟରେ ୫୧୭୭ଟି ପରମାଣୁ ଅସ୍ତ୍ର ଥିବା ବେଳେ ରୁଷ୍‌ ନିକଟରେ ୫୪୫୯ଟି ପରମାଣୁ ଅସ୍ତ୍ର ରହିଛି। ଅନ୍ୟପକ୍ଷରେ ଚୀନ୍ ନିକଟରେ ୬୦୦, ଫ୍ରାନ୍ସ ନିକଟରେ ୨୯୦, ୟୁନାଇଟେଡ୍‌ କିଙ୍ଗଡମ୍‌ ନିକଟରେ ୨୨୫, ଭାରତ ନିକଟରେ ୧୮୦, ପାକିସ୍ତାନ ନିକଟରେ ୧୭୦, ଇସ୍ରାଏଲ ନିକଟରେ ୯୦ ଓ ଉତ୍ତର କୋରିଆ ନିକଟରେ ୫୦ଟି ପରମାଣୁ ଅସ୍ତ୍ର ରହିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ନିଜ ପାଖରେ ଥିବା ପରମାଣୁ ଅସ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବା ନେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଗତ ଜାନୁଆରୀ ୧ ସୁଦ୍ଧା ୯ଟି ଦେଶ ନିକଟରେ ୧୨୨୪୧ଟି ପରମାଣୁ ଅସ୍ତ୍ର ରହିଥିବା ବେଳେ ସେଥିମଧ୍ୟରୁ ୩୯୧୨ଟି ପରମାଣୁ ଅସ୍ତ୍ର ବିଭିନ୍ନ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନରେ ଖଞ୍ଜା ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଚୀନ ଅନ୍ୟ ଦେଶଙ୍କ ତୁଳନାରେ ଅଧିକ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରୁଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୨୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ ବିପୁଳ ପରିମାଣର ପରମାଣୁ ଅସ୍ତ୍ର ପ୍ରସ୍ତୁତ କରି ସାରିଥିବା ଏଥିରେ ଦର୍ଶାଯାଇଛି। ରୁଷ ଓ ଆମେରିକା ନିକଟରେ ବିଶ୍ବର ପ୍ରାୟ ୯୦% ପରମାଣୁ ଅସ୍ତ୍ର ରହିଥିବା ବେଳେ ଏହି ଦୁଇ ଦେଶ କେତେକ ପୁରୁଣା ପରମାଣୁ ଅସ୍ତ୍ରକୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+