Get Updates
Get notified of breaking news, exclusive insights, and must-see stories!

ଫୁଟବଲ ଖେଳାଳୀଙ୍କ ଉପରେ ପଡିଲା ବଜ୍ରପାତ, ପଡିଆରେ ଚାଲିଗଲା ଜୀବନ, ଦେଖନ୍ତୁ ଭାଇରାଲ ଭିଡିଓ

Footballer Death News: ଫୁଟବଲ ପଡ଼ିଆରେ ଖେଳାଳିଙ୍କ ସହ ଅନେକ ପ୍ରକାରର ଦୁର୍ଘଟଣା ଘଟିଥିବାର ଖବର ପ୍ରକାଶ ପାଇଛି । ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍ ସମୟରେ ଏପରି କିଛି ଘଟଣା ଘଟିଥିଲା ଯାହା ସାଧାରଣରେ ସମସ୍ତଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି । ମ୍ୟାଚ୍ ଚାଲିଥିବା ସମୟରେ ବଜ୍ରପାତ ଯୋଗୁଁ ଜଣେ ଖେଳାଳିଙ୍କର ପଡିଆରେ ମୃତ୍ୟୁ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର 12 ଫେବୃଆରୀରେ ବଜ୍ରପାତ ହେତୁ ଇଣ୍ଡୋନେସିଆର 35 ବର୍ଷୀୟ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଏକ ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଦେଖିବା ପାଇଁ ମିଳୁଛି ଯେ ପଡ଼ିଆରେ ଫୁଟବଲ୍ ଖେଳୁଥିବା ଜଣେ ଖେଳାଳିଙ୍କ ଉପରେ ହଠାତ୍ ବଜ୍ରପାତ ପଡିଥିଲା ଏବଂ ଘଟଣାସ୍ଥଳରେ ହିଁ ଅକାଳରେ ଚାଲିଯାଇଥିଲା ଉକ୍ତ ଖେଳାଳିଙ୍କ ଜୀବନ ।

Footballer Death

ବଜ୍ରପାତ ପଡିବାର କିଛି ସେକେଣ୍ଡ ମଧ୍ୟରେ ଖେଳାଳି ଜଣକ ତଳେ ପଡ଼ି ଯାଇଥିଲେ । ଅନ୍ୟ ଖେଳାଳିମାନେ ତାଙ୍କ ପାଖକୁ ଆସି ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ମ୍ୟାଚ୍ ଆରମ୍ଭ ହେବାବେଳେ ପାଗ ଭଲ ଥିଲା କିନ୍ତୁ ସମୟ ସହିତ ଏହା ପାଗ ଖରାପ ହୋଇଯାଇଥିଲା। ଏହାପୂର୍ବରୁ ମଧ୍ୟ ବଜ୍ରପାତ ଯୋଗୁଁ ଜଣେ ଫୁଟବଲ ଖେଳାଳି ମୃତ୍ୟୁ ହୋଇଥିଲା ।

ଇଣ୍ଡୋନେସିଆରେ ଏହା ହେଉଛି ଦ୍ୱିତୀୟ ଘଟଣା, ସମାନ ପଡିଆରେ ଖେଳୁଥିବା ଅନ୍ୟ ଖେଳାଳିଙ୍କ ବିବୃତ୍ତି ଅନୁଯାୟୀ ବଜ୍ରପାତ ପଡିବା ପରେ ମୃତ ଖେଳାଳି ଜଣକ ନିଶ୍ୱାସ ନେଉଥିଲେ। କିନ୍ତୁ ପରେ ସେ ଗୁରୁତର ଆହତ ହୋଇଖିଲେ ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

ଜାତୀୟ ପାଣିପାଗ ବିଭାଗ ଅନୁଯାୟୀ, ଯେତେବେଳେ ବଜ୍ରପାତ ଜଣେ ବ୍ୟକ୍ତିଙ୍କ ଉପରେ ପଡ଼େ, ଏହା ପ୍ରଥମେ ଶରୀରର ଉପର ଅଂଶକୁ ଜୋରେ ଧକ୍କା ଦେଇଥାଏ ଏବଂ ତା'ପରେ ଏହି କରେଣ୍ଟ ପୁରା ଶରୀରରେ ପାସ କରିଥାଏ । ଏହା ପରେ ଏହା ମନୁଷ୍ୟର ହୃଦୟ ଏବଂ ସ୍ନାୟୁ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ଏହା କାମ କରିବା ବନ୍ଦ କରିଦିଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+