'ତରବରିଆ ଭାବେ କଟକଣା ହଟାଇବା ବିପଦପୂର୍ଣ୍ଣ'

ରବରିଆ ଭାବେ କଟକଣା ହଟାଇବା ବିପଦପୂର୍ଣ୍ଣ ହୋଇପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଅଧାନୋମ ଘେବ୍ରେୟସସ

ନୂଆଦିଲ୍ଲୀ: ସମଗ୍ର ଭାରତ ବର୍ଷରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହି ପରିସ୍ଥିତିକୁ ନଜରରେ ରଖି କିଛି ରାଜ୍ୟରେ ଲକଡାଉନ ଜାରି ରହିଥିବାବେଳେ ଆଉ କେତେକ ରାଜ୍ୟରେ କଟକଣାକୁ ହଟାଇବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ହେଲେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ମାତ୍ର ତରବରିଆ ଭାବେ କଟକଣା ହଟାଇବା ବିପଦପୂର୍ଣ୍ଣ ହୋଇପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଅଧାନୋମ ଘେବ୍ରେୟସସ ।

କରୋନା
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ସଂକ୍ରମଣ ହ୍ରାସ ପାଇଲେ ବି କଟକଣା ଜାରି ରହିବା ଉଚିତ । କଟକଣାକୁ ନେଇ ସରକାର ଭଲ ଭାବେ ବିଚାର କରିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରତିବନ୍ଧକ ହଟାଇବା ଅର୍ଥ ସଂକ୍ରମଣକୁ ଆମନ୍ତ୍ରଣ କରିବା ସହ ସମାନ ହେବ । ଭାରତରେ ଡେଲଟା ଭାରିଏଣ୍ଟ ସହ ଅନ୍ୟ ଭାରିଏଣ୍ଟ ବୃଦ୍ଧି ପାଉଛି ।
ସେଥିପାଇଁ ବର୍ତ୍ତମାନ କଟକଣା କୋହଳ କରିବା ଆଗକୁ ଘାତକ ସୃଷ୍ଟି ହୋଇପାରେ। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଭ୍ୟାକ୍ସିନ ନେଇନାହାନ୍ତି, ସେମାନେ ଆଗକୁ ଅସୁବିଧାରେ ପଡିପାରନ୍ତି। ପୂର୍ବରୁ ଡେଲଟା ଭାରିଏଣ୍ଟକୁ ନେଇ ହୁ ମଧ୍ୟ ଭାରତକୁ ସତର୍କ କରିଥିଲା । ଏହି ଭାରିଏଣ୍ଟ ଉପରେ ନଜର ରଖିବା ସହ ଏହା ଉପରେ ଅଧ୍ୟୟନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+