For Quick Alerts
Turn On Notification  
For Daily Alerts
Oneindia App Download

'ତରବରିଆ ଭାବେ କଟକଣା ହଟାଇବା ବିପଦପୂର୍ଣ୍ଣ'

ରବରିଆ ଭାବେ କଟକଣା ହଟାଇବା ବିପଦପୂର୍ଣ୍ଣ ହୋଇପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଅଧାନୋମ ଘେବ୍ରେୟସସ

|

ନୂଆଦିଲ୍ଲୀ: ସମଗ୍ର ଭାରତ ବର୍ଷରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହି ପରିସ୍ଥିତିକୁ ନଜରରେ ରଖି କିଛି ରାଜ୍ୟରେ ଲକଡାଉନ ଜାରି ରହିଥିବାବେଳେ ଆଉ କେତେକ ରାଜ୍ୟରେ କଟକଣାକୁ ହଟାଇବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ହେଲେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ମାତ୍ର ତରବରିଆ ଭାବେ କଟକଣା ହଟାଇବା ବିପଦପୂର୍ଣ୍ଣ ହୋଇପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଅଧାନୋମ ଘେବ୍ରେୟସସ ।

କରୋନା
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ସଂକ୍ରମଣ ହ୍ରାସ ପାଇଲେ ବି କଟକଣା ଜାରି ରହିବା ଉଚିତ । କଟକଣାକୁ ନେଇ ସରକାର ଭଲ ଭାବେ ବିଚାର କରିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରତିବନ୍ଧକ ହଟାଇବା ଅର୍ଥ ସଂକ୍ରମଣକୁ ଆମନ୍ତ୍ରଣ କରିବା ସହ ସମାନ ହେବ । ଭାରତରେ ଡେଲଟା ଭାରିଏଣ୍ଟ ସହ ଅନ୍ୟ ଭାରିଏଣ୍ଟ ବୃଦ୍ଧି ପାଉଛି ।
ସେଥିପାଇଁ ବର୍ତ୍ତମାନ କଟକଣା କୋହଳ କରିବା ଆଗକୁ ଘାତକ ସୃଷ୍ଟି ହୋଇପାରେ। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଭ୍ୟାକ୍ସିନ ନେଇନାହାନ୍ତି, ସେମାନେ ଆଗକୁ ଅସୁବିଧାରେ ପଡିପାରନ୍ତି। ପୂର୍ବରୁ ଡେଲଟା ଭାରିଏଣ୍ଟକୁ ନେଇ ହୁ ମଧ୍ୟ ଭାରତକୁ ସତର୍କ କରିଥିଲା । ଏହି ଭାରିଏଣ୍ଟ ଉପରେ ନଜର ରଖିବା ସହ ଏହା ଉପରେ ଅଧ୍ୟୟନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lifting Covid-19 restrictions too quickly can be disastrous for those not vaccinated WHO Chief to India
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X