ସାମୁଦ୍ରିକ ଝଡ଼ 'ଡାନିଏଲ୍' ତାଣ୍ତବ: ୨ ହଜାର ମୃତ

Libya Storm Deniel Over 2000 Feared Dead: ଉତ୍ତର ଆଫ୍ରିକା ଲିବ୍ୟାରେ ସାମୁଦ୍ରିକ ଝଡ଼ 'ଡାଲିଏଲ୍' ତାଣ୍ତବ । ପ୍ରବଳ ବର୍ଷା ଯୋଗୁଁ ଉପୁଜିଲା ବନ୍ୟା ସ୍ଥିତି । ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଘର ଭଙ୍ଗିଯିବା ସହ ପାଣି ପସିଯିବା କାରଣରୁ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଓସାମା ହେମାଦ୍ କହିଛନ୍ତି ଯେ, ଡର୍ନା ସହରରେ 2,000ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ଏବଂ ହଜାର ହଜାର ଲୋକ ନିଖୋଜ ଥିବା ନେଇ ସୂଚନା ରହିଛି । ଲିବିଆରେ ପ୍ରଧାନମନ୍ତ୍ରୀ ତିନି ଦିନ ଶୋକ ଘୋଷଣା କରିଛନ୍ତି। ଏହି ଅବଧି ମଧ୍ୟରେ ସାରା ଦେଶରେ ପତାକା ଅଧା ନଇଁ ରହିବା ନେଇ ସୂଚନା ରହିଛି ।

Libya Storm

ସୂଚନା ଅନୁସାରେ, ବର୍ତ୍ତମାନ ଲିବିଆର ସ୍ଥିତି ଭୟାଭୟ ରହିଛି । ସୋସିଆଲ ମିଡିଆରେ ଭିଡିଓରେ ଭାଇରାଲ ହେଉଥିବା ଭିଡିଓରେ ଜଳମଗ୍ନ କାର, ଭୁଶୁଡ଼ି ପଡ଼ିଥିବା ଘର ଏବଂ ରାସ୍ତାରେ ଜଳ ପ୍ରବାହିତ ହେଉଥିବାର ଦେଖିବାର ମିଳୁଛି । ଘୂର୍ଣ୍ଣିବଳୟ ଡାନିଏଲ ସହରରେ ଅନେକ ଘର ନଷ୍ଟ କରିଦେଇଛି। ଦୁଇଟି ପୁରୁଣା ବନ୍ଧ ଭାଙ୍ଗିବା ପରେ ଦୁଇଟି ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+