ଆସନ୍ତୁ ଦେଖିବା ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗର ମନୋରମ ଦୃଶ୍ୟ
ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଲା। ବିଶ୍ଵର ବିଭିନ୍ନ ଦେଶରେ ଏହି ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା।

ସମୁଦାୟ ଚାରିଘଣ୍ଟା ପାଇଁ ହୋଇଥିଲା ସୂର୍ଯ୍ୟ ପରାଗ। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୧୦.୫୯ ମିନିଟରୁ ୧୨.୩୦ ପର୍ଯ୍ୟନ୍ତ ସମ୍ପୂର୍ଣ ଗ୍ରାସ ହୋଇଥିଲା। ଏହା ଆଣ୍ଟାର୍କଟିକାରେ ସମ୍ପୂର୍ଣ ଦୃଶ୍ୟମାନ ହୋଇଥିବା ବେଳେ ସେଣ୍ଟ ହେଲେନା, ନାମ୍ବିଆ, ଲେସୋଥୋ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଜର୍ଜିଆ, ଚିଲି, ନିଉଜିଲାଣ୍ଡ ଏବଂ ଅଷ୍ଟ୍ରାଲିଆ ଭଳି ଦେଶରେ ଆଂଶିକ ଦୃଶ୍ୟମାନ ହୋଇଥିଲା ।

ତେବେ ଦିଗବଳୟ ମେଘମୁକ୍ତ ରହିଥିବା ସ୍ଥାନରେ ଏହା ଭଲ ଭାବରେ ପରିଦୃଶ୍ୟ ହୋଇଥିଲା। ଆଜିର ସୂର୍ଯ୍ୟ ପରାଗକୁ ସୁନ୍ଦର ଭାବରେ ଆମେରିକାର ନାସା ପକ୍ଷରୁ ଲାଇଭ ଷ୍ଟ୍ରିମ କରଯାଇଥିଲା।













Click it and Unblock the Notifications