ଲେବାନନ୍‌ରେ ପେଜର ପରେ ୱାକି-ଟକି ବିସ୍ଫୋରଣ: ୩୨ ମୃତ୍ୟୁ , ୪୫୦ ଆହତ

ଲେବାନନ୍‌ରେ ଗତ ଦୁଇ ଦିନ ଧରି ସିରିଜ୍ ବୋମା ବିସ୍ଫୋରଣରେ ପ୍ରାୟ ୩୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ଲେବାନନ୍ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ଗତକାଲି ଓ୍ବାକିଟକି ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୫୦ ଜଣ ଆହତ ହୋଇଛନ୍ତି ।ତେବେ କେତେ ପରିମାଣରେ ୱାକି-ଟକି ବିସ୍ଫୋରଣ ଘଟିଥିବା ସ୍ପଷ୍ଟ ହୋଇପାରି ନାହିଁ।

ସେହିପରି ସୂଚନା ଆସିଛି ଯେ ପୂର୍ବ ଲେବାନନର କିଛି ସ୍ଥାନରେ ଲ୍ୟାଣ୍ଡଲାଇନ ଟେଲିଫୋନ୍‌ ବିସ୍ଫୋରଣ ମଧ୍ୟ ଘଟିଛି। ସୂଚନା ଅନୁଯାୟୀ, ଯେଉଁ ସମୟରେ ପେଜରଗୁଡ଼ିକୁ କିଣା ଯାଇଥିଲା, ସେହି ସମୟରେ ୱାକି-ଟକିଗୁଡ଼ିକୁ ମଧ୍ୟ କିଣାଯାଇଥିଲା।

ରଏଟର ଦେଇଥିବା ଖବର ଅନୁଯାୟୀ, ଆଜି ଘଟିଥିବା ୱାକି-ଟକି ବିସ୍ଫୋରଣ ମଧ୍ୟରୁ ଅତି କମ୍‌ରେ ଗୋଟିଏ ଏକ ଅନ୍ତିମ ସଂସ୍କାର ସ୍ଥଳରେ ଘଟିଥିଲା। ଗତକାଲି ପେଜର ବିସ୍ଫୋରଣରେ ମରିଥିବା କିଛି ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ୱାକି-ଟକି ବିସ୍ଫୋରଣ ହୋଇଥିଲା। ହେଜବୁଲ୍ଲା ପକ୍ଷରୁ ଏହି ଅନ୍ତିମ ସଂସ୍କାର କରାଯାଉଥିଲା।

walkie talkieslas blast

ସେହିଭଳି ଗତ ମଙ୍ଗଳବାର ଦିନ ପେଜର୍ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ୩ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ଲେବାନନ୍‌ରେ ଉତ୍ତେଜନା ବୃଦ୍ଧି ପାଇବା ଦିଗରେ ଇସ୍ରାଏଲ୍‌ର ହାତ ରହିଛି ବୋଲି ଜୋର୍ଡାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆୟିମାନ ସଫାଦି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏକ ନୂତନ ଯୁଗର ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଯୋଭ୍ ଗାଲାଣ୍ଟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+