ଗାଜା ଶାନ୍ତି ଉପରେ ଟ୍ରମ୍ପଙ୍କ ଘୋଷଣା ପରେ ବସିଲା ବଡ଼ ବୈଠକ
ଆମେରିକା ରାଷ୍ଟ୍ରଦୂତ ଜାରେଡ୍ କୁଶନର୍ ଏବଂ ଷ୍ଟିଭ୍ ୱିଟ୍କଫ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟିଛନ୍ତ। ଉଭୟଙ୍କ ମଧ୍ୟରେ ଗାଜା ଏବଂ ଇରାନର ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଅଧିକାରୀମାନେ କହିଛନ୍ତି, ରାନ୍ ଗ୍ଭିଲିଙ୍କ ଶବ ଉଦ୍ଧାର କରିବା ଏବଂ ଗାଜା ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ ପ୍ରଶାସନ ନେତାନ୍ୟାହୁ ଏବଂ ତାଙ୍କ ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ
କରୁଛି।

ଆମେରିକାର ଅଧିକାରୀମାନେ କହିଥିଲେ, ଏହି ଆଲୋଚନା ଗାଜାର ସାମରିକ କାର୍ଯ୍ୟକଳାପକୁ ସ୍ଥଗିତ କରିବା ଦିଗରେ ପରବର୍ତ୍ତୀ ପଦକ୍ଷେପର ରୂପରେଖ ଉପରେ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ଏକ ଶାନ୍ତି ବୋର୍ଡ ପ୍ରତିଷ୍ଠା ଏବଂ ଗାଜା ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ବିଷୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ପରେ ଏହି ବୈଠକ ହୋଇଥିଲା। ଆମେରିକା ପ୍ରଶାସନ ହମାସ୍ର ନିରସ୍ତ୍ରୀକରଣ ପାଇଁ ୧୦୦ ଦିନର ଲକ୍ଷ୍ୟ ଧାର୍ଯ୍ୟ କରିଛି।












Click it and Unblock the Notifications