କେନିଆରେ ଭୂସ୍ଖଳନ; ଗଲା ୨୧ ଜୀବନ,୩୦ ଜଣ ନିଖୋଜ
କେନିଆର ପଶ୍ଚିମ ରିଫ୍ଟ ଭ୍ୟାଲି ଅଞ୍ଚଳରେ ଏକ ବଡ଼ ଭୂସ୍ଖଳନ ତାଣ୍ଡବ ରଚିଛି। ସେହି ଅଘଟଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ନିଖୋଜ ଅଛନ୍ତି। ଏହି ଅଞ୍ଚଳରେ କିଛି ଦିନ ଧରି ପ୍ରବଳ ବର୍ଷା ହେଉଛି। ଶନିବାର, ପଶ୍ଚିମ କେନିଆର ଏଲଗେୟୋ ମାରାକୱେଟ୍ କାଉଣ୍ଟିର ଚେସୋଙ୍ଗୋଚ୍ ପର୍ବତୀୟ ଅଞ୍ଚଳରେ ଏକ ଭୂସ୍ଖଳନ ଘଟି ୧୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯାହା ଫଳରେ ବହୁ କ୍ଷୟକ୍ଷତି ହୋଇଛି।

ସରକାର ୩୦ ଜଣ ଗୁରୁତର ଆହତଙ୍କୁ ଏଲଡୋରେଟ୍ ସହରର ଏକ ହସ୍ପିଟାଲକୁ ପଠାଇଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସେ ଏକ ଜୋରଦାର ଶବ୍ଦ ଶୁଣି ତୁରନ୍ତ ତାଙ୍କ ପିଲାମାନଙ୍କ ସହିତ ତାଙ୍କ ଘର ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ, ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଏବଂ ବିପର୍ଯ୍ୟୟ ସଂସ୍ଥା ଗୁଡ଼ିକ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଖୋଜାଖୋଜି କରିଥିଲେ।












Click it and Unblock the Notifications