ତାଣ୍ଡବ ରଚିଲା ପ୍ରକୃତ, ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ମୃତ
ବ୍ରାଜିଲ : ତାଣ୍ଡବ ରଚିଲା ପ୍ରକୃତି । ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ୫୬ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏକ ହଜାରରୁ ଅଧିକ ଲୋକ ନିଜର ବାସଗୃହ ହରାଇଛନ୍ତି ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କରାଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । କାଦୁଅ ଓ ପାଣି କାରଣରୁ ବର୍ତ୍ତମାନ ସୁଦ୍ଧା ୫୬ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନାରୁ ଜଣାପଡିଛି । ୫୬ଜଣ ଏହି ବନ୍ୟାରେ ପ୍ରାଣହରାଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ନିଜର ବାସଗୃହ ହରାଇଛନ୍ତି ।
ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି । ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାରେ ଭାସିଆସିଥିବା କୁଢ କୁଢ ଅଳିଆ ଆବର୍ଜନା ଭିତରୁ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଲୋକଙ୍କ କହିବା ଅନୁଯାୟୀ, ବ୍ରାଜିଲ୍ ଇତିହାସରେ ପ୍ରଥମଥର ଏଭଳି ବର୍ଷା ହୋଇଛି । ଖରାପ ପାଣିପାଗ ବ୍ରାଜିଲର ଷ୍ଟେଟ୍ କ୍ୟାପିଟାଲ୍ ସହିତ ୨୩୫ ମୁନିସିପାଲିଟିର ପ୍ରାୟ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ।

ଦକ୍ଷିଣ ରାଜ୍ୟରେ ସୋମବାରଠୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା, ଫଳରେ ରାଜ୍ୟରେ ଥିବା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାରେ ଲାଗିଥିଲା । ଲଗାତାର ମୂଷଳଧାରାରେ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବନ୍ୟା ପାଣିରେ ସହର ଗୁଡ଼ିକ ଜଳାର୍ଣ୍ଣବ ହୋଇଛି । ଦକ୍ଷିଣ ରାଜ୍ୟର ୨୪ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବିନ୍ୟା ଓ ଭୂ-ସ୍ଖଳନ ଯୋଗୁ ବହୁ ଧନ ଜୀବନ ନଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୯ଜଣ ପ୍ରାଣ ହରାଇଥିବା ବେଳେ ୭୪ଜଣ ନିଖୋଳ ରହିଛନ୍ତି ।
ରେସକ୍ୟୁ ଟିମ୍ ବନ୍ୟା ପାଣିରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରୁଛି । ସେପଟେ ଗୁରୁବାର ବ୍ରାଜିଲ୍ ରାଷ୍ଟ୍ରପତି ଦକ୍ଷିଣ ରାଜ୍ୟ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ସରକାରୀମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବନ୍ୟା ପୀଡିତ ଅଞ୍ଚଳଗୁଡିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟପାଳ ଅଡୁଆର୍ଡୋ ଲିଟ୍ । ସେ କହିଛନ୍ତି ଆମ ଇତିହାସରେ ପ୍ରଥମଥର ସବୁଠାରୁ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛୁ । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।












Click it and Unblock the Notifications