କଲମ୍ବିଆରେ ଭୂ-ସ୍ଖଳନ, ଜଣେ ମୃତ ୩ନିଖୋଜ
କଲମ୍ବିଆର ଦକ୍ଷିଣ-ପଶ୍ଚିମ ଭାଗରେ ମୂଷଳଧାରାରେ ବର୍ଷା ଜନିତ ଭୂ-ସ୍ଖଳନ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । କଲମ୍ବିଆର ଜାତୀୟ ରିସ୍କ ପରିଚାଳନା ୟୁନିଟ୍ ରିପୋର୍ଟ ଅନୁଯାୟୀ ପ୍ରବଳ ଜଳସ୍ରୋତରେ ୩ଜଣ ବ୍ୟକ୍ତି ନିଖୋଜ ନିଖୋଜ ଥିବାବେଳେ ୩୮ଜଣଙ୍କୁ ଉଦ୍ଧାର କରାଯାଇଛି ।

ଭୂ-ସ୍ଖଳନ ହେତୁ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ପ୍ରଭାବିତ ହୋଇଥିବାବେଳେ ୬୫ଟି ଘର ଭୁଷୁଡି ପଡ଼ିଥିବା ଜଣାପଡିଛି । ଜଣାଶୁଣା ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଲା-କୋଚା ଲାଗୁନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ସଡ଼କପଥର ମରାମତି ଓ ସଫେଇ Iନିମନ୍ତେ ଉଚ୍ଚ ଶକ୍ତିସମ୍ପନ୍ନ ମେସିନ୍ ବ୍ୟବହାର କରାଯାଇଛି । ଏହାଛଡା ସ୍ଥାନୀୟ ଅଞ୍ଚଳରେ ଯୁଦ୍ଧକାଳୀନ ଭିରିରେ ପାନୀୟଜଳ ସେ ଯୋଗାଣର ବ୍ୟବସ୍ଥା ଜାରି ରହିଛି ।












Click it and Unblock the Notifications