ନେପାଳରେ ଭୟଙ୍କର ଭୂସ୍ଖଳନ: ୬୩ ଯାତ୍ରୀ ନିଖୋଜ
Nepal News: ନେପାଳରେ ଭୟଙ୍କର ଭୂସ୍ଖଳନ । ନଦୀରେ ଭାସିଗଲା ଦୁଇଟି ବସ୍, ଯେଉଁଥିରେ ୬୩ ଜଣ ଯାତ୍ରୀ ଭାସିଯାଇଥିବା ନେଇ ସୂଚନା ରହିଛି । ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବଙ୍କ ସୂଚନା ଅନୁସାରେ, ଉଭୟ ବସ୍ ଡ୍ରାଇଭରଙ୍କ ସମେତ ମୋଟ ୬୩ ଜଣ ଲୋକ ଯାତ୍ରା କରୁଥିଲେ। ସକାଳ ପ୍ରାୟ ୩.୩୦ରେ ଭୂସ୍ଖଳନ ହେତୁ ବସ୍ ନଦୀରେ ଭାସି ଯାଇଥିଲା ।
ଖବର ପାଇଁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଲଗାଣ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଉଦ୍ଧାରକାରୀ ଦଳ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ନିଖୋଜ ଗାଡି ଏବଂ ଯାତ୍ରୀଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି।

ସୂଚନା ଅନୁସାରେ, ଭୟଙ୍କର ଭୁସ୍ଖଳନ ଆସିବାରୁ ନେପାଳ ମଦନ-ଆର୍ଶୀତ ଜାତୀୟ ରାଜପଥରେ ଦୁଇଟି ବସ୍ ଭାସିଯାଇଛି । ମୋଟ୍ ୬୩ ଜଣ ଯାତ୍ରୀ ବର୍ତ୍ତମାନ ନିଖୋଜ ଅଛନ୍ତି । ତେବେ ଏହି ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଶୋକ ପ୍ରକାଶ କରିଛନ୍ତି ସେହିପରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications