ଜାଭା ଦ୍ୱୀପରେ ଭୂସ୍ଖଳନ: ୧୬ ମୃତ
ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଫ୍ଲାସ୍ ବନ୍ୟା । ଏଠାରେ ବନ୍ୟା ଓ ଭୂସ୍ଖଳନ ହେତୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ବେଳେ ସମସ୍ତ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ଜାଭା ମୁଖ୍ୟ ଦ୍ୱୀପର ପାର୍ବତ୍ୟ ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ହଠାତ୍ ବନ୍ୟା ମାଡ଼ିଆସିଥିଲା, ଯାହାଫଳରେ ଏହି ଲୋକମାନେ ବନ୍ୟା ପାଣିରେ ଭାସି ଯାଇଥିଲେ । ମୃତଦେହଗୁଡ଼ିକ ମାଟି ଆବର୍ଜନା ଓ ପଥର ତଳେ ପୋତି ହୋଇ ପଡ଼ିଥିଲା ।
ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖ୍ୟ ବର୍ଗସ୍ କାଟୁରସାରି କହିଛନ୍ତି ଯେ ସୋମବାର ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିଛି ଯାହା କେନ୍ଦ୍ରୀୟ ଜାଭା ପ୍ରଦେଶର ପେକାଲୋଙ୍ଗନ୍ ରିଜେନ୍ସିରେ ନଅଟି ଗାଁ ପ୍ରଭାବିତ ହୋଇଛି। ରାତିରେ ଏହି ଘଟଣା ଘଟିଥିବାରୁ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା।

ଏହି ସମୟ ମଧ୍ୟରେ, ପାର୍ବତ୍ୟ ଅଞ୍ଚଳରୁ ମାଟି ଓ ଏବଂ ପଥର ଅତଡ଼ା ଖସି ପଡ଼ିଥିଲା। ଅନେକ ଗଛ ମଧ୍ୟ ଉପୁଡ଼ି ପଡ଼ିଛି। ସେ କହିଛନ୍ତି ଯେ ଉଦ୍ଧାରକାରୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ପେଟୁଙ୍ଗକ୍ରିୟୋନୋ ଗାଁରୁ ମଙ୍ଗଳବାର ସୁଦ୍ଧା ଅତି କମରେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ନିଖୋଜ ଥିବା ଗ୍ରାମବାସୀଙ୍କୁ ଖୋଜା ଚାଲିଛି।












Click it and Unblock the Notifications