ବ୍ରିଟେନ ନିର୍ବାଚନ: ହାରିଗଲା ଋଷି ସୁନକଙ୍କ ପାର୍ଟି, ପରଜୟ କଲେ ସ୍ୱିକାର
Britain Election Result 2024: 4 ଜୁଲାଇରେ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଗଣନା ଜାରି ରହିଛି । ଏପର୍ଯ୍ୟନ୍ତ ଟ୍ରେଣ୍ଡ ଉପରେ ନଜର ପକାଇଲେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି ବହୁ ପଛରେ ପଡିଯାଇଛି । ଲେବର ପାର୍ଟିର କେର ଷ୍ଟାରମେର୍ ବହୁ ଆଗରେ ରହିଛନ୍ତି । ତେବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନାକ ତାଙ୍କ ପରାଜୟକୁ ସ୍ୱିକାର କରିସାରିଛନ୍ତି ।

ଗଣନା ଜାରି ରହିଛି, ଋଷି ସୁନାକ ରିଚମଣ୍ଡ ଏବଂ ନର୍ଥହେଲର୍ଟନରେ ନିଜର ଆସନ ବଜାୟ ରଖିଛନ୍ତି। ସେ କହିଛନ୍ତି ଯେ ଏହି ସାଧାରଣ ନିର୍ବାଚନରେ ଲେବର ପାର୍ଟି ଜିତିଛି ଏବଂ ମୁଁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ମୁଁ କୀର ଷ୍ଟାରମେରଙ୍କୁ କଲ୍ କରିଥିଲି । ଋଷି ଆହୁରି କହିଛନ୍ତି, ମୁଁ ବର୍ତ୍ତମାନ ଲଣ୍ଡନ ଯିବି। ସେଠାରେ ମୁଁ ନିର୍ବାଚନ ଫଳାଫଳ ବିଷୟରେ ଆଲୋଚନା କରିବି। ପ୍ରଧାନମନ୍ତ୍ରୀ ପଦବୀରେ ଥିବାବେଳେ ମୁଁ ମୋର ବହୁ କାର୍ଯ୍ୟ କରିଛି ।
ଭୋଟ୍ ପରେ ଏକଜିଟ୍ ପୋଲ୍ ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ ସ୍ପଷ୍ଟ ହୋଇଛି ଯେ, ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କେର ଷ୍ଟାରମେର୍ ହେବାକୁ ଯାଉଛନ୍ତି। ତାଙ୍କ ଲେବର ପାର୍ଟି ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ଜିତିବ, ଏକଜିଟ୍ ସର୍ଭେରେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟିକୁ ବଡ଼ ପରାଜୟ ସ୍ୱିକାର କରିବା ପାଇଁ ପଡିଛି।
ଏକଜିଟ୍ ସର୍ଭେରୁ ଜଣାପଡିଛି ଯେ ଲେବର ପାର୍ଟି 650 ସିଟ୍ ବିଶିଷ୍ଟ ସଂସଦରେ 410 ଟି ଆସନ ଜିତିବ, ଅନୁମାନ କରାଯାଉଛି ଯେ ସୁନକଙ୍କ ଦଳ ମାତ୍ର 131 ଟି ସିଟ୍ ପାଇବ,ସେହିପରି କେର ଷ୍ଟାରମେରଙ୍କ ସରକାର 346 ଟି ସିଟ୍ ପାଇବ।












Click it and Unblock the Notifications